ରାୟଗଡା ଜିଲ୍ଲାରେ ମଙ୍ଗଳ ବିଭାଗର ଅଧିକାରୀମାନଙ୍କ ପାଇଁ ୨ ଜଣ ଜିଲ୍ଲାପାଳ ଅକଳରେ ପଡିଲେଣି । ତତ୍କାଳୀନ ଜିଲ୍ଲାପାଳ ପାରୁଲ ପଟାୱରୀ ଜିଲ୍ଲା ବର୍ତ୍ତମାନର ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ଦାୟିତ୍ବରୁ ବାହାର କରି ବଦଳି ଆଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଅସୀମା ରାଓ ହାଇକୋର୍ଟରୁ ଜିଲ୍ଲାପାଳ କରିଥିବା ଆଦେଶକୁ ବେଆଇନ ଦର୍ଶାଇ ସ୍ଥଗିତ ରଖିବା ସହ ନିଜେ ପୁନର୍ବାର ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ କରିଥିବା ବଦଳି ଆଦେଶକୁ ଚ୍ୟାଲେଞ କରି  ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ଚ୍ୟାଲେଞ୍ଜ କରି ପୁନର୍ବାର ନିଜ ସ୍ଥାନରେ ଅବସ୍ଥାପିତ ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।