Odisha under fog: କୁହୁଡ଼ି ଆସ୍ତରଣରେ ଓଡ଼ିଶା: ନୟାଗଡ଼ରେ ଅତି ଘନକୁହୁଡ଼ି, ଦୃଶ୍ୟମ‌ାନ ଦୂରତା ୫୦ ମିଟରରୁ କମ୍‌

ରାଜ୍ୟରେ ହାଲ୍‌କା ଶୀତ କମିଥିବା ବେ‌ଳେ କୁହୁଡ଼ିର ପ୍ରକୋପ ବଢ଼ିଛି। ଉପକୂଳ ଓଡ଼ିଶାରେ ଶୀତ ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଂଶରେ ପ୍ରବଳ ଶୀତ ପଡ଼ିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରିଠାରେ ୫.୨ ଡିଗ୍ରି ରେକର୍ଡ ହୋଇଛି।

ଭୁବନେଶ୍ବର: ରାଜ୍ୟରେ ହାଲ୍‌କା ଶୀତ କମିଥିବା ବେ‌ଳେ କୁହୁଡ଼ିର ପ୍ରକୋପ ବଢ଼ିଛି।  ଉପକୂଳ ଓଡ଼ିଶାରେ ଶୀତ ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଂଶରେ ପ୍ରବଳ ଶୀତ ପଡ଼ିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରିଠାରେ ୫.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଫୁଲବାଣୀରେ ୬.୨ ଡିଗ୍ରି, ଝାରସୁଗୁଡ଼ାରେ ୬.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ରାଉରକେଲାରେ ୭.୧ ଡିଗ୍ରି, ନବରଙ୍ଗପୁରରେ ୭.୮ ଡିଗ୍ରି, କିରେଇରେ ୮ ଡିଗ୍ରି, ସୁନ୍ଦରଗଡ଼ରେ ୮.୨ ଡିଗ୍ରି, କୋରାପୁଟରେ ୮.୩ ଡିଗ୍ରି, କେନ୍ଦୁଝରରେ ୮.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଛି। ଅନ୍ୟପଟେ ନୟାଗଡ଼ରେ ଅତି ଘନ କୁହୁଡ଼ି ଦେଖାଯାଇଛି। ଏଥିରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍‌ ରହିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବରେ ଖରା ବାହାରିନଥିଲା। ଏଥି ସହ କେନ୍ଦୁଝରରେ ଘନକୁହୁଡ଼ିର ଆସ୍ତରଣ ସହ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିଥିଲା।

Exit mobile version