ଦେଶ ବିଦେଶ
Oil: ରୁଷ ତେଲ କିଣା ବନ୍ଦ ହେବନି: ସୀତାରମଣ
ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲ ଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ...

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲ ଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି, ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବା ଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ ସମାନ ପରିମାଣର ତେଲ ଆଣିବା ସହଜ କଥା ନୁହେଁ। ରୁଷ ବଦଳରେ ଅନ୍ୟ ଦେଶରୁ ଅଧିକ ତେଲ କିଣିଲେ ବିଶ୍ୱ ବଜାରରେ ତେଲ ଦର ଉପରେ ଚାପ ବଢ଼ିବ।
ସୌଜନ୍ୟ ସମ୍ବାଦ




