ଦେଶ ବିଦେଶ

Operation Sindoor: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ନୂଆ ପ୍ରଚାର ଭିଡିଓ, ୩୨ ଭାରତୀୟ ବାୟୁସେନା ଘାଟିରେ ଆକ୍ରମଣ ଦାବି

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ପୁଣି ଏକ ପ୍ରଚାର ଭିଡିଓ ଜାରି କରିଛି। ପାକିସ୍ତାନ ବାୟୁସେନା ଦିବସ ଅବସରରେ ସେପ୍ଟେମ୍ବର ୬ରେ ‘ଫିଜାଓଁ କେ ପାସବାଂ’ ନାମରେ ଏହି ଭିଡିଓ ଜାରି କରାଯାଇଛି। ପାକିସ୍ତାନ ବାୟୁସେନାର ଡିଜିପିଆର୍‌ ଏହାକୁ ‘ଏକ୍ସ’ରେ ପ୍ରକାଶ କରିଛି।

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ପୁଣି ଏକ ପ୍ରଚାର ଭିଡିଓ ଜାରି କରିଛି। ପାକିସ୍ତାନ ବାୟୁସେନା ଦିବସ ଅବସରରେ ସେପ୍ଟେମ୍ବର ୬ରେ ‘ଫିଜାଓଁ କେ ପାସବାଂ’ ନାମରେ ଏହି ଭିଡିଓ ଜାରି କରାଯାଇଛି। ପାକିସ୍ତାନ ବାୟୁସେନାର ଡିଜିପିଆର୍‌ ଏହାକୁ ‘ଏକ୍ସ’ରେ ପ୍ରକାଶ କରିଛି। ଭିଡିଓରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ଗ୍ରାଫିକ୍ସର ବ୍ୟବହାର ହୋଇଛି।

ଭିଡିଓରେ ଭାରତର ମାନଚିତ୍ର ଦେଖାଇ ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଚିହ୍ନ ଦିଆଯାଇଛି। ‘୩୨ ଆଇଏଏଫ୍‌ ବେସ୍‌ ହିଟ୍‌’ ଲେଖା ମଧ୍ୟ ଦେଖାଯାଇଛି। ତେବେ ଏହି ଦାବିଗୁଡ଼ିକ ସପକ୍ଷରେ ପ୍ରକୃତ ଉପଗ୍ରହ ଚିତ୍ର, ବାୟୁସେନା ଘାଟିର କ୍ଷୟକ୍ଷତିର ଫଟୋ କିମ୍ବା ଅନ୍ୟ କୌଣସି ପ୍ରତ୍ୟକ୍ଷ ପ୍ରମାଣ ଭିଡିଓରେ ଦିଆଯାଇନାହିଁ। ଏଥିପାଇଁ ଭାରତୀୟ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ପାକିସ୍ତାନର ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button