ଦେଶ ବିଦେଶ
Pakistan: ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ ୧୬ ମୃତ, ୭୦ରୁ ଅଧିକ ଆହତ
ପାକିସ୍ତାନରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା କର୍ତ୍ତୃପକ୍ଷ ସୋମବାର ସୂଚନା ଦେଇଛନ୍ତି। ରବିବାର ଲାହୋରଠାରୁ ୬୦୦ କିମି ଦୂର ରହିମ୍ ୟାର୍ ଖାନ୍ ଜିଲ୍ଲାରେ ପ୍ରଥମ ଦୁର୍ଘଟଣା ଘଟିଥିଲା।

ଲାହୋର: ପାକିସ୍ତାନରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା କର୍ତ୍ତୃପକ୍ଷସୋମବାର ସୂଚନା ଦେଇଛନ୍ତି। ରବିବାର ଲାହୋରଠାରୁ ୬୦୦ କିମି ଦୂର ରହିମ୍ ୟାର୍ ଖାନ୍ ଜିଲ୍ଲାରେ ପ୍ରଥମ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସର୍ଦ୍ଦାର ଗଡ଼ ଅଞ୍ଚଳରେ ଏକ ବାହାଘର ଅତିଥିଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଦ୍ରୁତ ଗତିରେ ଆସୁଥିବା ଟ୍ରେଲର ଧକ୍କା ଦେବାରୁ ବଡ଼ଧରଣର ଦୁର୍ଘଟଣା ହୋଇଥିଲା।
ସୌଜନ୍ୟ ସମ୍ବାଦ




