Orissa HC: ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା: ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା ଅସଂପୂର୍ଣ୍ଣ ଥିବା ବେଳେ ସେ ଆଜି ସେ ହାଇକୋର୍ଟରେ ହାଜର ହୋଇଥିଲେ।

କଟକକଳାହାଣ୍ଡିଜିଲ୍ଲାନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା ଅସଂପୂର୍ଣ୍ଣ ଥିବା ବେଳେ ସେ ଆଜି ସେ ହାଇକୋର୍ଟରେ ହାଜର ହୋଇଥିଲେ। ମାମଲାର ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ତାଙ୍କୁ ଜେରା କରିଥିଲେ। ଶ୍ରୀ ଦାସଙ୍କ ଜେରା ଶେଷ ହୋଇଥିଲା। ପରବର୍ତ୍ତୀ ତାରିଖରେ ଆବେଦନକାରୀଙ୍କ ତରଫରୁ ପରବର୍ତ୍ତୀ ସାକ୍ଷୀ ହାଜର ହେବେ ବୋଲି ଦର୍ଶାଯାଇଥିଲା। ଏହାପରେ ୨୦୨୬, ଜାନୁଆରି ୯କୁ ନିର୍ବାଚନୀ ମୋକଦ୍ଦମାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

 

Exit mobile version