Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ

ନବରଙ୍ଗପୁର (ସୁରେଶ ନାଇଡୁ): ଚାଷୀମାନଙ୍କୁ ବାସ୍ତବିକ ସମସ୍ୟା ବିଷୟରେ ଅବଗତ ନକରେଇ କିଛି ବ୍ୟକ୍ତି ନିଜ ରାଜନୀତି ଚମକେଇବାର ପ୍ରୟାସ କରି ପ୍ରଶାସନକୁ ଚାପ ପକେଇ ଆମକୁ ଧାନ ଉଠେଇବାକୁ ବାଧ୍ୟ କରା ନଯାଉ ବୋଲି ନବରଙ୍ଗପୁର ଜିଲ୍ଲା ରାଇସ ମିଲ୍ ମାଲିକ ସଂଘ ପକ୍ଷରୁ ସଭାପତି କାହ୍ନୁ ଦାସ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ୭ଦଫା ସମ୍ବଳିତ  ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସାରା ଓଡ଼ିଶାରେ ମିଲ୍ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାକୁ ନେଇ ବିଗତ ଦିନରେ  ମିଲ୍ ମାଲିକ ସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ କରିଥିଲା। ଆନ୍ଦୋଳନର ଫଳାଫଳ ନୈରାଶ୍ୟ ଜନକ ରହିଥିଲା। ଚାଷୀ ମାନଙ୍କ ଅସୁବିଧାକୁ ଦେଖି ଆମେ, ସରକାରଙ୍କ କିଛି ଦିନର ସମୟ ଦେଇ ଧାନ ଉଠେଇବାକୁ ନିଷ୍ପତ୍ତି ନେଇ ମଣ୍ଡିରୁ ଧାନ ଉଠେଇବାକୁ ଚେଷ୍ଟା କରୁଛୁ। ଏହି ସମୟରେ ଚାପ ସୃଷ୍ଟି ଠିକ ନୁହେଁ ବୋଲି ସ୍କାରକପତ୍ର ଉଲ୍ଲେଖ ରହିଛି। ଏହା ସହ ମିଲ୍ ମାଲିକ ଗତ ବର୍ଷ ଏମିତି ପ୍ରଶାସନର ଚାପରେ ଓ ଚାଷୀଙ୍କୁ ସୁବିଧା ପହଞ୍ଚାଇବାକୁ ଯାଇ ଯେଉଁ ଧାନ ଉଠେଇଥିଲୁ ତାହା ଶତ ପ୍ରତିଶତ ଏଫଏକ୍ବୁ ମାନର ନଥିଲା। ଯାହା ଦ୍ୱାରା ଆମେ ଚାଉଳ ଏଫସିଆଇକୁ ପ୍ରଦାନ କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ଶତପ୍ରତିଶତ ଚାଉଳ ‌ଦେଇ ନ ପାରିବାରୁ ଆନେକ ମିଲ୍ ଧାନ ଉଠାଇବାକୁ ଚୁକ୍ତି କରିନାହାନ୍ତି। ଫଳରେ ଧାନ ଉଠିବା ଅଳ୍ପ କିଛି ସମୟ ପାଇଁ ବିଳମ୍ବ ହେଉଛି।

ଚାଉଳ ଗୋଦାମରେ ଗଚ୍ଛିତ ଚାଉଳ

ପୁରୁଣା ଚାଉଳ ଯାଇନଥିବା ଯୋଗୁଁ, ପୁରୁଣା ଧାନ ଓ ମିଲିଙ୍ଗ ହୋଇଥିବା ଚାଉଳ ଗୋଦାମରେ ଗଚ୍ଛିତ ଅଛି। ନୂଆ ଧାନ ବର୍ତ୍ତମାନ୍ କାହାର ଚାପରେ ନେଇଗଲେ,  ପୁରୁଣା ଧାନ ମିଲ୍ ଗୋଦାମରେ ପଛରେ ରହିଯିବ।  ଯାହାକି ବାହାରିଲା ବେଳକୁ ଆସନ୍ତା ବର୍ଷରେ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବ।   ଭିଟିଏସ (ଭେହିକିଲ ଟ୍ରାକିଂ ସିଷ୍ଟମ) ମାଧ୍ୟମରେ ଧାନ ଉଠାଯାଉଛି। ଆମ ଅଞ୍ଚଳର ଅଧିକାଂଶ ଗାଡିର ଗାଡ଼ିର କାଗଜ ପତ୍ର ଠିକ୍ ନାହିଁ, ଯଦ୍ୱରା ଆମକୁ ପର୍ଯ୍ୟାପ୍ତ ଗାଡ଼ି ମିଳୁନଥିବା ଯୋଗୁଁ ସମସ୍ତ ଚାଷୀଙ୍କର ଧାନ ଉଠେଇବାର ବିଳମ୍ବ ହେଉଛି। ଚଳିତ ବର୍ଷ କିଛି ବେପାରୀ ଚାଷୀଙ୍କ ନାମରେ ବିଭିନ୍ନ ମିଶ୍ରିତ(ପୋଲ ଭର୍ତ୍ତି) ଧାନ ମଣ୍ଡିରେ ରଖିଛନ୍ତି। ଯାହର ମାନ ଅତ୍ୟନ୍ତ ଖରାପ। ଏହାକୁ ଯାଂଚ କଲେ ଏଫଏକ୍ୟୁ ମାନ ଆସୁନି। ପ୍ରକୃତ ଚାଷୀ ଆରମରେ ଧାନ ଆଣି ନେଉଛନ୍ତି। କିଛି ବ୍ୟବସାୟୀ ହିଁ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଫଳରେ ଏଭଳି ସ୍ଥଳେ ଭଲ ଚାଷୀଙ୍କ ଭଲ ଧାନ ଉଠେଇବା  ମୁସ୍କିଲ ହେବା ସହ ମଣ୍ଡି ଖାଲି କରିବାରେ ଅସୁବିଧା ହେଉଛି। ଟୋକେନ୍ ଲ୍ୟାପସ ଭୟରେ ଧାନ କିଣା ଅବଧି ୧୫ଦିନ ପୂର୍ବରୁ ମଣ୍ଡିରେ ଧାନ ଜମା ହେବାରୁ ମଣ୍ଡିରେ ଧାନ ଜମା ରଖାଯାଉଥିବା ଅଭିଯୋଗ ହେଉଛି ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି। ଏହି ଭଳି ବାସ୍ତବିକ୍ ସମସ୍ୟା ବିଷୟରେ ଜାଣି ଶୁଣି ମଧ୍ୟ ଚାଷୀଙ୍କ ହୀତ ଭାବିବା ବଦଳରେ ଆନ୍ଦୋଳନର ଧମକ ଦେଇ ପ୍ରଶାସନକୁ ଚାପ ପକାଇ କିଛି ନ୍ୟାସ୍ତ ସ୍ୱାର୍ଥ ରାଜନୈତିକ ବ୍ୟକ୍ତି ଏହାର ଫାଇଦା ଉଠେଇବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ସଭାପତି ଶ୍ରୀ ଦାଶ।

ସୌଜନ୍ୟ ସମ୍ବାଦ