ମୁମ୍ବାଇ: ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଶାସକ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହୋଇଥିବା ବେଳେ ଜଣେ ସାଧାରଣ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ। ମହିଳା ଜଣକ ନିଜ ପିଲାକୁ ସ୍କୁଲରୁ ଆଣିବାକୁ ଯାଉଥିବା ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବା ପରେ ଧୈର୍ଯ୍ୟହରା ହୋଇ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ସିଧାସଳଖ ମନ୍ତ୍ରୀ ଓ ପୋଲିସ କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ମହିଳା ଜଣକ “ଏଠାରୁ ତୁରନ୍ତ ବାହାରିଯାଅ” ବୋଲି କହି ପାଟି କରିବା ସହ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରିବା ଘଟଣାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।
ସୌଜନ୍ୟ ସମ୍ବାଦ

