Pakistan launches airstrike in Kabul: କାବୁଲରେ ପାକିସ୍ତାନର ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍: ୪୦୦ ମୃତ, ୨୫୦ରୁ ଅଧିକ ଆହତ

ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ କାବୁଲର ଏକ ହସ୍ପିଟାଲ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣରେ ୪୦୦ ଜଣ ଲୋକଙ୍କ ଜୀବନ ଯାଇଛି।

କାବୁଲପାକିସ୍ତାନଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଗତ କିଛି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଆଫଗାନିସ୍ତାନ ଅଭିଯୋଗ କରିଛି, ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ କାବୁଲର ଏକ ହସ୍ପିଟାଲ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣରେ ୪୦୦ ଜଣ ଲୋକଙ୍କ ଜୀବନ ଯାଇଛି। କାବୁଲରେ ଏକ ନିଶା ପୁନର୍ବାସ କେନ୍ଦ୍ର ଉପରେ ପାକିସ୍ତାନୀ ସେନାର ବୋମାମାଡ଼ ପରେ ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ କହିଛନ୍ତି ଯେଳ ମୃତ୍ୟୁ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି ଏବଂ ଆହତଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଛି।

ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା କରାଯାଇଛି

ହୋଇଥିବା ଆକ୍ରମଣରେ ହସ୍ପିଟାଲର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି। ଉଦ୍ଧାରକାରୀ ଦଳ କୋଠାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ଏବଂ ପୀଡିତଙ୍କ ମୃତଦେହ ଉଦ୍ଧାର କରିବା ଜାରି ରଖିଛନ୍ତି। ଆଫଗାନିସ୍ତାନରେ ହୋଇଥିବା ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା କରାଯାଇଛି ଏବଂ କହିଛି ଯେ ଏପରି ଆକ୍ରମଣ ମାନବତା ବିରୋଧୀ।

ତେବେ ପାକିସ୍ତାନ ତାଲିବାନର ଦାବିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି। ପାକିସ୍ତାନୀ ଅଧିକାରୀ ଏବଂ ନେତାମାନେ କହିଛନ୍ତି, ସେମାନେ କୌଣସି ହସ୍ପିଟାଲକୁ ଟାର୍ଗେଟ କରି ନାହାନ୍ତି। ପାକିସ୍ତାନ କହିଛି ଯେ ସୋମବାର କାବୁଲ ଏବଂ ପୂର୍ବ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକ ସ୍ଥାନଗୁଡ଼ିକର କୌଣସି କ୍ଷତି ହୋଇନାହିଁ। କ୍ରିକେଟର ରସିଦ ଖାନ ମଧ୍ୟ ଆଫଗାନିସ୍ତାନ ଉପରେ ହୋଇଥିବା ଆକ୍ରମଣ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଆକ୍ରମଣର ଭିଡିଓ ସେୟାର କରିଛନ୍ତି ଏବଂ ଏହି ମାମଲାରେ ଜାତିସଂଘର ହସ୍ତକ୍ଷେପ ପାଇଁ ଆହ୍ୱାନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version