କେତେକ ସ୍ଥାନରେ ହାତୀମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏଭଳି ସମସ୍ୟା ଏଡ଼ାଇବା ସହ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବାକୁ ‌ଡ୍ରୋନ୍‌ ମୁତୟନ ହୋଇଛି। ଏବେ ଦନ୍ତାହାତୀଙ୍କ ବେକରେ ରେଡିଓକଲାର୍ ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବା ଉପରେ ପ୍ରାଥମିକତା ଦିଆଯାଉଥିବା ଅଧିକାରୀ ଜଣକ କହିଛନ୍ତି।