Parag will be the new captain of Rajasthan Royals: ପରାଗ ହେବେ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ

ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ଦାୟିତ୍ବ ରିୟାନ ପରାଗଙ୍କୁ ମିଳିବ। ପୂର୍ବତନ ଅଧିନାୟକ ସଂଜୁ ସାମ୍‌ସନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ରଜସ୍ଥାନ ରୟାଲ୍ସ ଦେବା ପରେ ରିୟାନଙ୍କ ପଦୋନ୍ନତି ହୋଇଛି।

ଜୟପୁରରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ଦାୟିତ୍ବ ରିୟାନ ପରାଗଙ୍କୁ ମିଳିବ। ପୂର୍ବତନ ଅଧିନାୟକ ସଂଜୁ ସାମ୍‌ସନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ରଜସ୍ଥାନ ରୟାଲ୍ସ ଦେବା ପରେ ରିୟାନଙ୍କ ପଦୋନ୍ନତି ହୋଇଛି। ସାମ୍‌ସନ୍‌ଙ୍କ ବଦଳରେ ରାଜସ୍ଥାନ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ସାମ୍‌ କରନଙ୍କୁ ସିଏସ୍‌କେଠୁ ଆଣିଛି। ଗତ ସଂସ୍କରଣରେ ଆହତ ଯୋଗୁଁ ସାମ୍‌ସନ୍‌ ୮ ମ୍ୟାଚ୍‌ରେ ଅନୁପସ୍ଥିତ ରହିବାରୁ ୨୪ ବର୍ଷୀୟ ପରାଗ ଏହି ମ୍ୟାଚ୍‌ଗୁଡ଼ିରେ ଦଳର ନେତୃତ୍ବ ନେଇଥିଲେ। ଏଥରୁ ଦଳ ୨ଟି ଜିତିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ଗୁଡ଼ିକରେ ପରାଗ ୩୮.୫୭ ହାରରେ ରନ୍‌ କରିଥିଲେ।

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ଓ ମୁଖ୍ୟପ୍ରଶିକ୍ଷକଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ

ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଇଡେନ୍‌ ଗାର୍ଡେନ୍ସ ମ୍ୟାଚ୍‌ରେ ପରାଗ (୯୫ ରନ୍‌)ଙ୍କ ଜୀବନର ଶ୍ରେଷ୍ଠ ପାଳି ରହିଛି। ଅଧିନାୟକ ନିଯୁକ୍ତି କରିବା ପୂର୍ବରୁ ପରାଗଙ୍କ ସାକ୍ଷାତ୍‌କାର ଦଳର ମୁଖ୍ୟ ପ୍ରଶିକ୍ଷକ କୁମାର ସାଙ୍ଗାକାରା ନେଇସାରିଛନ୍ତି। ଫଳରେ ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ଓ ମୁଖ୍ୟପ୍ରଶିକ୍ଷକଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଗତ ସଂସ୍କରଣ ପରେ ରାହୁଲ ଦ୍ରାବିଡ଼ ମୁଖ୍ୟପ୍ରଶିକ୍ଷକ ପଦ ଛାଡ଼ିଥିଲେ। ସେହି ସଂସ୍କରଣରେ ରାଜସ୍ଥାନ ୧୪ ମ୍ୟାଚ୍‌ ଖେଳି ୪ଟିରେ ବିଜୟ ପାଇଥଲୋ।

ସୂଚନାଯୋଗ୍ୟ ଯେ ପରାଗ ୨୦୧୯ରୁ ରାଜସ୍ଥାନରୁ ଖେଳୁଛନ୍ତି। ଗତ ଦୁଇ ସଂସ୍କରଣରେ ମଧ୍ୟ ସେ ଦଳର ସମସ୍ତ ଆଇପିଏଲ୍‌ ମ୍ୟାଚ୍‌‌ ଖେଳିଥିଲେ। ୨୦୨୪ରେ ପରାଗ ୫୨.୦୯ ହାରାହାରି ଓ ୧୪୯.୨୧ ଷ୍ଟ୍ରାଇକ୍‌ରେଟ୍‌ରେ ୫୭୩ ରନ୍‌ କରିଥିଲେ। ମୋଟ ଉପରେ ୮୪ ଆଇପିଏଲ୍‌ ମ୍ୟାଚ୍‌ରେ ପରାଗ ୧୫୬୬ ରନ୍‌ କରିବା ସହ ୭ ୱିକେଟ୍‌ ନେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version