Parliament: ଇରାନ ଯୁଦ୍ଧକୁ ନେଇ ସଂସଦର ଉଭୟ ସଦନରେ ହଟ୍ଟଗୋଳ: ୬୭,୦୦୦ ନାଗରିକ ଆନ୍ତର୍ଜାତିକ ସୀମା ପାର୍‌ କରିସାରିଛନ୍ତି

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇରାନ ଯୁଦ୍ଧକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଛି। ସୋମବାର ଲୋକସଭାର କାର୍ଯ୍ୟତାଲିକାରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯିବାକୁ ପାଖାପାଖି ୩ ଘଣ୍ଟା ସମୟ ଦିଆଯାଇଥିଲା। ଶାସକ ଦଳ ପକ୍ଷରୁ ୩ ଜଣ ଓ ବିରୋଧୀ ପକ୍ଷରୁ ୩ ସାଂସଦ ଆଲୋଚନାରେ ଭାଗ ନେବାକୁ ସ୍ଥିର ହୋଇଥିଲା। କିନ୍ତୁ ଆଲୋଚନା ହୋଇପାରି ନ ଥିଲା। ମଙ୍ଗଳବାର ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ୧୦ ଘଣ୍ଟା ଧରି ଆଲୋଚନା ହେବ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିତର୍କ ଆରମ୍ଭ କରିବେ।

Exit mobile version