ବିଶେଷ

password enhance security? ପାସ୍‌ଵାର୍ଡରେ ‘କମା’ ବଢ଼ାଏ କି ସୁରକ୍ଷା?

ଭାଷାରେ ବିରାମ ଚିହ୍ନ ‘କମା’(,)ର ଅନେକ ଗୁରୁତ୍ବ ରହିଛି। କମ୍ପ୍ୟୁଟର୍‌ କ୍ଷେତ୍ରରେ ବି ‘କମା’ର ଗୁରୁତ୍ବ ରହିଛି ବୋଲି କୁହାଯାଉଛି। ପାସ୍‌ୱାର୍ଡରେ ‘କମା’ଟିଏ ବସାଇଦେଲେ ହ୍ୟାକର୍‌ମାନେ ଆଉ ଡେଟା ଚୋରି କରିପାରିବେ ନାହିଁ।

ଭାଷାରେ ବିରାମ ଚିହ୍ନ ‘କମା’(,)ର ଅନେକ ଗୁରୁତ୍ବ ରହିଛି। କମ୍ପ୍ୟୁଟର୍‌ କ୍ଷେତ୍ରରେ ବି ‘କମା’ର ଗୁରୁତ୍ବ ରହିଛି ବୋଲି କୁହାଯାଉଛି। ପାସ୍‌ୱାର୍ଡରେ ‘କମା’ଟିଏ ବସାଇଦେଲେ ହ୍ୟାକର୍‌ମାନେ ଆଉ ଡେଟା ଚୋରି କରିପାରିବେ ନାହିଁ। ତେବେ ବାସ୍ତବରେ ଡେଟା ଜଗିବାରେ ‘କମା’ ସାହାଯ୍ୟ କରେ କି? ଏ ବିଷୟରେ ୱିଲିୟମ୍‌ ଆଲ୍‌ଭେଜ୍‌ ସାମାଜିକ ଗଣମାଧ୍ୟମ ‘ଏକ୍‌ସ’ରେ ଲେଖିଛନ୍ତି- ଆପଣଙ୍କ ପାସ୍‌ୱାର୍ଡ ଭିତରେ ‘କମା’ଟିଏ ରଖନ୍ତୁ। ଯଦି ଆପଣଙ୍କର ଡେଟା ଲିକ୍‌ ହୁଏ, ‘କମା’ ‘ସିଏସ୍‌ଭି’କୁ ଭାଙ୍ଗିଦେବ। ‘ସିଏସ୍‌ଭି’ (କମା-ସେପାରେଟେଡ୍‌ ଭେଲ୍ୟୁଜ୍‌) ହେଉଛି ଏକପ୍ରକାର ଫାଇଲ୍‌ ଫର୍ମାଟ୍‌।

ତେବେ ସାଇବର୍‌ସିକ୍ୟୁରିଟି ବିଶେଷଜ୍ଞମାନେ କହୁଛନ୍ତି ଯେ ଏହାଦ୍ବାରା ‌ଆକାଉଣ୍ଟ୍‌ ନିରାପଦ ରହିବ ବୋଲି ଭାବିବା ଅନୁଚିତ। ‘କମା’ ବସାଇବା ଆଗରୁ ୟୁଜର୍‌ମାନେ କିଛି କଥା ଜାଣିବା ଉଚିତ। ଡେଟା ଯଦି ଭଲ ଭାବେ ଫର୍ମାଟ୍‌ ହୋଇ ନ ଥିବା ‘ସିଏସ୍‌ଭି’ ଫାଇଲ୍‌ରେ ସେଭ୍‌ ହୋଇଥିବ, ତା’ହେଲେ ପାସ୍‌ୱାର୍ଡରେ ଦିଆଯାଇଥିବା ‘କମା’ଟିକୁ ଭୁଲ୍‌କ୍ରମେ ସେପାରେଟର୍‌ ବୋଲି ଧରିନିଆଯିବ। ଏହି ‘କମା’ ଯୋଗୁଁ ଡେଟା ଭୁଲ୍‌ କଲମ୍‌କୁ ଚାଲିଯିବ। ପରେ ତାହାକୁ ପଢ଼ିବା କଷ୍ଟକର ହୋଇଯିବ।

ଯଦି ‘ସିଏସ୍‌ଭି’ ଫାଇଲ୍‌ ଡେଟା ଉପରେ ଉଦ୍ଧୃତି ଚିହ୍ନ ନ ଦିଏ ତା’ହେଲେ ‘କମା’ କୌଶଳ କାମ କରିବ। କିନ୍ତୁ, ଠିକ୍‌ରୂପେ ପ୍ରସ୍ତୁତ କରାଯାଇଥିବା ‘ସିଏସ୍‌ଭି’ ଫାଇଲ୍‌ ସବୁ ‘କମା’ ଦିଆଯାଇଥିବା ଡେଟାରେ ଉଦ୍ଧୃତି ଚିହ୍ନ ଦିଏ। ମନେକରନ୍ତୁ, ଏକ ‘ପାସ୍‌ୱାର୍ଡ’ରେ ‘କମା’ ବସାଇ ‘ପାସ୍‌,ୱାର୍ଡ’ ଲେଖାଗଲା। ଏହାକୁ ଆଧୁନିକ ସଫ୍‌ଟୱେର୍‌ ‌େଗାଟିଏ ଏଣ୍ଟ୍ରି ବୋଲି ପଢ଼ିବ। ଏଠାରେ ‘କମା’ ଫାଇଲ୍‌କୁ ଦୁଇଭାଗ କରିବ ନାହିଁ।

ଏ କୌଶଳ ବିଶେଷ ଉପଯୋଗୀ ନ ହେବାର ଅନ୍ୟ କାରଣ ହେଉଛି ବିଶ୍ବସ୍ତ ୱେବ୍‌ସାଇଟ୍‌ଗୁଡ଼ିକ ଖାଲି ଅକ୍ଷର ଥିବା ପାସ୍‌ୱାର୍ଡ ସେଭ୍‌ କରନ୍ତି ନାହିଁ। ସେମାନେ ‘ହାସ୍‌’କୁ ରୂପାନ୍ତରିତ ପାସ୍‌ୱାର୍ଡ ସେଭ୍‌ କରନ୍ତି। ତେଣୁ ପାସ୍‌ୱାର୍ଡଟି ଏକ କୋଡ୍‌ ହୋଇଯାଏ। କିନ୍ତୁ, ପାସ୍‌ୱାର୍ଡରେ ‘କମା’ ଦେଲେ ହ୍ୟାକର୍‌ଙ୍କର ଅସୁବିଧା ହୁଏନାହିଁ। ପୁଣି କେତେକ ୱେବ୍‌ସାଇଟ୍‌ ପାସ୍‌ୱାର୍ଡରେ ‘କମା’ ଲଗାଇବାକୁ  ଦିଅନ୍ତି ନାହିଁ। ତେଣୁ, ଏକ ନିର୍ଦ୍ଦିଷ୍ଟ ବିରାମ ଚିହ୍ନ ଉପରେ ଭରସା ନକରି ପ୍ରତି ଆକାଉଣ୍ଟ ପାଇଁ ଲମ୍ବା ଓ ଭିନ୍ନ ପାସ୍‌ୱାର୍ଡ ବ୍ୟବହାର କରନ୍ତୁ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button