Pindi is empty: ଖାଲିପଡ଼ିଛି ପିଣ୍ଡି, ରାସ୍ତାକଡ଼ରେ ବ୍ୟବସାୟୀ
ଏକାମ୍ର ପାର୍କରୁ ପାଵାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍ ଜାମ୍ କମାଇବା ଓ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ୨ ବର୍ଷ ତଳେ ବିଏମ୍ସି ପକ୍ଷରୁ ସିଆର୍ପିଏଫ୍ କ୍ୟାମ୍ପସ ପାଖରେ ମୁକ୍ତା ଅଧୀନରେ ୮୯ଟି ପିଣ୍ଡି ପ୍ରସ୍ତୁତ କରାଯାଇଥିଲା।

ଭୁବନେଶ୍ୱର: ଏକାମ୍ର ପାର୍କରୁ ପାଵାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍ ଜାମ୍ କମାଇବା ଓ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ୨ ବର୍ଷ ତଳେ ବିଏମ୍ସି ପକ୍ଷରୁ ସିଆର୍ପିଏଫ୍ କ୍ୟାମ୍ପସ ପାଖରେ ମୁକ୍ତା ଅଧୀନରେ ୮୯ଟି ପିଣ୍ଡି ପ୍ରସ୍ତୁତ କରାଯାଇଥିଲା। ହେଲେ ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ବେପାରୀମାନଙ୍କ ଦେଖା ନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ ଏହି ପିଣ୍ଡି ବୁଲା ଜୀବଜନ୍ତୁ ଓ ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି।
ମୁକ୍ତା ଅଧୀନରେ ଵାର୍ଡ ନମ୍ୱର ୧୫ରେ ୪୫ଟି କିଓସ୍କ ଓ ୮୯ ପିଣ୍ଡି ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଵାର୍ଡରେ ଥିବା ଦୁଇଟି ଭେଣ୍ଡିଂ ଜୋନ୍ର ବ୍ୟବସାୟୀଙ୍କୁ ଏହି କିଓସ୍କରେ ଥଇଥାନ କରାଯାଇଥିଲା। ସେହିପରି ପାଵାର ହାଉସ୍ ଛକରୁ ଏକାମ୍ର ପାର୍କ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କୁ ଏଠାରେ ଥଇଥାନ କରିବାକୁ ଯୋଜନା ହୋଇଥିଲା। ଏପରିକି ବିଏମ୍ସି ପକ୍ଷରୁ ସର୍ଭେ କରାଯାଇ ଦୋକାନୀମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ଏଠାରେ ମୌଳିକ ସୁବିଧା ନାହିଁ କହି ଦୋକାନୀମାନେ ଆସୁନାହାନ୍ତି। ବ୍ୟବସାୟୀଙ୍କ କହିବା ଅନୁଯାୟୀ ପ୍ରଥମତଃ ନିଜ ଵାର୍ଡରେ ଆମକୁ ଥଇଥାନ କରାଗଲା ନାହିଁ। ପୁଣି ଯେଉଁଠି ଥଇଥାନ କଲେ ସେଠାରେ ଜାଗା ଏତେ କମ୍ ଯେ ଜିନିଷ ଥୋଇଦେଲେ ବସିପାରୁନୁ।
ସୌଜନ୍ୟ ସମ୍ବାଦ




