ଭୁବନେଶ୍ବର: ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି ପହଞ୍ଚିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରତି ଗାଁରେ ପାଇପ୍ ଯୋଗେ ପାଣି ପହଞ୍ଚିବା ଦରକାର। ଏହି ସମୟ ସୁଦ୍ଧା କୌଣସି ରାଜସ୍ବ ଗାଁ ଯେପରି ବାଦ୍ ପଡ଼ିବନି ତାହାକୁ ନଜରରେ ରଖି ବିଭାଗ କାର୍ଯ୍ୟ କରୁ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ସମୀକ୍ଷା କରି କହିଛନ୍ତି, ଏହାକୁ ମିସନ୍ ମୋଡ୍ରେ କାର୍ଯ୍ୟକାରୀ କରାଯାଉ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ।
Piped water supply: ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ
ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି....
