ରାଜ୍ୟ

Pitamber Haldi: ରୋଜଗାରର ନୂଆ ଠିକଣା ‘ପୀତାମ୍ବର’ ହଳଦୀ, ୪୦ ପରିବାରକୁ ଦେଖାଇଲା ଜୀବିକାର ନୂଆ ବାଟ !

କୋରାପୁଟ, ୨୫।୮: ଜିଲ୍ଲାର ପାହାଡ଼ିଆ ମାଟିରେ ନୂଆ କିସମ ‘ପୀତାମ୍ବର’ର ହଳଦୀ ଚାଷ ହେଉଛି । ଏନେଇ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ସାଧାରଣ ବଦଳରେ ଅଧିକ କର୍କ୍ୟୁମିନ୍‌ ଯୁକ୍ତ ଏହି କିଷମର ହଳଦୀ ଚାଷ ପଟ୍ଟାଙ୍ଗି ବ୍ଲକ୍‌ରେ ଧୀରେ ଧୀରେ ନିଜର ପରିଚୟ ସୃଷ୍ଟି କରୁଛି । ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଏହି ଚାଷ ବର୍ତ୍ତମାନ ୩ ବର୍ଷରେ ପହଞ୍ଚିଛି । ଚାଷୀଙ୍କ ସଂଖ୍ୟା ଓ ଚାଷ ଜମି ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଚଳିତ ୨୦୨୬-୨୭ ବର୍ଷରେ ୪୦ ଜଣ ଚାଷୀ ଏହି ଉନ୍ନତ କିସମର ହଳଦୀ ଚାଷରେ ସାମିଲ ହୋଇଛନ୍ତି । ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତର ସିପାଇପୁଟ, ଗୋଲୁର ପଞ୍ଚାୟତର ଏକଗୋଲୁର, କଟୁବ, କାରିବେଡ଼ା ଓ ମୁନୁଙ୍ଗବାଲସା, କୋଟିଆ ପଞ୍ଚାୟତର ଉପରସେମ୍ବି, ଜାନିଗୁଡ଼ା ଏବଂ ଗାଙ୍ଗରାଜପୁର ପଞ୍ଚାୟତର ଗାଙ୍ଗରରାଜପୁରରେ ଏହି ଚାଷ କରାଯାଉଛି । ଗୋଲୁର ଅଞ୍ଚଳରେ ସର୍ବାଧିକ ୧୯ ଜଣ ଚାଷୀ ପ୍ରାୟ ୫ ଏକର ଜମିରେ ଏହି ହଳଦୀ ଚାଷ କରୁଛନ୍ତି । ଗାଙ୍ଗରାଜପୁରର ୪ ଜଣ ଚାଷୀ ଏବର୍ଷ ଏହି ପ୍ରକଳ୍ପରେ ଯୋଡ଼ି ହୋଇଛନ୍ତି ।

୨୦୨୩ରେ ଆରମ୍ଭ ହୋଇଥିବା ଚାଷ ଏବେ ବଢ଼ିବାରେ ଲାଗିଛି । ପ୍ରଥମେ ସିପାଇପୁଟର ବିଭୀଷଣ ଗୋଲରି ଏହି ଉନ୍ନତ କିସମର ହଳଦୀ ଚାଷ ଆରମ୍ଭ କରିଥିଲେ । ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଆଗ୍ରହୀ ହୋଇଥିଲେ । ୨୦୨୩-୨୪ରେ ଗାଁର ଅନ୍ୟଜଣେ ଚାଷୀ ୦.୩୦ ଏକର ଜମିରେ ଚାଷ କରିଥିଲେ । ୨୦୨୪-୨୫ରେ ୨ ଜଣ ଚାଷୀ ୦.୮୦ ଏକରରେ ଚାଷ କରିଥିଲେ । ୨୦୨୫-୨୬ରେ ସିପାଇପୁଟରେ ୨ ଜଣ ଚାଷୀ ୧ ଏକର ଜମିରେ ଚାଷ କରିଥିଲେ । ଆରମ୍ଭରେ ପରୀକ୍ଷାମୂଳକ ଭାବେ ହୋଇଥିବା ଚାଷ ଏବେ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି । ପୀତାମ୍ବର ହଳଦୀକୁ ଲକ୍ଷେ୍ନøର କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧିତ ଉଦ୍ଭିଦ ଗବେଷଣା ସଂସ୍ଥାନ ପକ୍ଷରୁ ବିକଶିତ କରାଯାଇଛି । ସଂସ୍ଥାର ସୂଚନା ଅନୁଯାୟୀ, ଏଥିରେ ପ୍ରାୟ ୬.୫ରୁ ୮ ପ୍ରତିଶତ କର୍କ୍ୟୁମିନ୍‌ ରହିଛି । ପାରମ୍ପରିକ କିସମ ତୁଳନାରେ ଅଧିକ ଥିବାରୁ ଔଷଧୀୟ ଓ ବାଣିଜ୍ୟିକ ଦୃଷ୍ଟିରୁ ଏହି କିସମର ଗୁରୁତ୍ୱ ବଢ଼ୁଛି । ଅନ୍ୟ ହଳଦୀ ଚାଷ ଅପେକ୍ଷା ଏହାର ଉତ୍ପାଦନ ହାର ୩୦ରୁ ୪୦ ଗୁଣା ଅଧିକ । ଏକ ହେକ୍ଟରରୁ ପ୍ରାୟ ୧୫ ଟନ୍‌ ଉତ୍ପାଦନ ସମ୍ଭବ । ଏଥିରୁ ପ୍ରାୟ ୧୦୦ କେଜି ପର୍ଯ୍ୟନ୍ତ ତେଲ ଉତ୍ପାଦନର ସମ୍ଭାବନା ମଧ୍ୟ ରହୁଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button