PM Modi warns on West Asia crisis: ଆସନ୍ନ ବିପଦ ପାଇଁ ପ୍ରସ୍ତୁତ ରୁହ, ପଶ୍ଚିମ ଏସିଆ ସଂକଟ ବେଳେ ଏକଜୁଟ ହେଇ କାମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

PM Modi warn on West Asia crisis: ଇରାନ ଯୁଦ୍ଧରେ କୋଭିଡ୍ ଭଳି ପରିସ୍ଥିତି ଦେଖା ଦେଇଛି। କୋଭିଡ୍ ସମୟରେ ଯେମିତି ଟିମ୍ ଇଣ୍ଡିଆ ସ୍ପିର୍‌ଟେର କାମ କରିଥିଲେ, ସେମିତି କାମ କରିବାର ଅଛି। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ।

PM Modi warn on West Asia crisis: ପଶ୍ଚିମ ଏସିଆରେ ଯୁଦ୍ଧବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେବ। ଏବଂ ଏଥିରୁ ଉପରକୁ ଉଠିବାକୁ ଅନେକ ସମୟ ଲାଗିଯିବ। ଯଦି ଯୁଦ୍ଧ ଦୀର୍ଘଦିନ ଧରି ଲାଗି ରହିଲା ତେବେ ସାରା ବିଶ୍ୱକୁ ଏହାର ଗମ୍ଭୀର ପରିଣତି ଭୋଗିବାକୁ ପଡ଼ିବବୋଲି ରାଜ୍ୟସଭାରେ ସମ୍ବୋଧନ କରି ସାରା ବିଶ୍ୱକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁଦ୍ଧକୁ ବର୍ତ୍ତମାନ ୩ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏଥିପାଇଁ ବଡ଼ ଶକ୍ତି ସଂକଟ ଉପୁଜିଛି, ବାଣିଜ୍ୟର ମୁଖ୍ୟରାସ୍ତ ବନ୍ଦ ରହିଛି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି “ଏହି ଯୁଦ୍ଧ ବିଶ୍ୱରେ ଏକ ଗମ୍ଭୀର ଇନ୍ଧନ ସମସ୍ୟା ସୃଷ୍ଟି କରିଛି। ଭାରତ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାଜନକ। ଯୁଦ୍ଧ ଆମର ବାଣିଜ୍ୟ ମାର୍ଗଗୁଡ଼ିକୁ ପ୍ରଭାବିତ କରିଛି। ଏହାସହିତ, ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସାରର ନିୟମିତ ଯୋଗାଣ ପ୍ରଭାବିତ ହୋଇଛି।” ତେବେ ସରକାର ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭାରତ ଉପରେ ଏହାର ପ୍ରଭାବକୁ ସୀମିତ କରିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି।

ମୋଦୀ କହିଛନ୍ତି “ଆମ ଅର୍ଥନୀତିର ମୌଳିକତା ଦୃଢ଼ ରହିଛି। ସରକାର ପ୍ରତ୍ୟେକ ପରିବର୍ତ୍ତିତ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ ନିଷ୍ପତ୍ତି ନେଉଛନ୍ତି। ଏହା ଏକ ଭିନ୍ନ ପ୍ରକାରର ସଙ୍କଟ, ତେଣୁ ଏହାର ସମାଧାନ ମଧ୍ୟ ଭିନ୍ନ ଭାବରେ ବାହାର କରାଯାଉଛି। ଆମକୁ ଧର୍ଯ୍ୟ, ସଂଯମ ଏବଂ ଶାନ୍ତ ମନରେ ପ୍ରତ୍ୟେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ।”

ବଢ଼ୁଛି ଶକ୍ତି ସଂକଟ,ପରିବହନରେ ଅଚଳାବସ୍ଥା

ରାଜ୍ୟସଭା ଭାଷଣରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ବାଧା ସୃଷ୍ଟି ହେବା ଏକ ପ୍ରମୁଖ ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାରଣ ଅନେକ ବିଶ୍ୱସ୍ତରୀୟ ଜାହାଜ ଫସି ରହିଛନ୍ତି ଏବଂ ଏଥିରେ ବହୁ ସଂଖ୍ୟାରେ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ତେଣୁ କିଭଳି ଏହି ଟ୍ୟାଙ୍କରଗୁଡ଼ିକ ସୁରକ୍ଷିତ ବାହାରି ପାରିବ ସେ ନେଇ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି। ଏବଂ ଯୁଦ୍ଧ ବନ୍ଦ କରିବା ନେଇ ମଧ୍ୟ କୂଟନୀତି ସ୍ତରରେ ପ୍ରୟାସ ହେଉଛି। ଯୁଦ୍ଧ ବନ୍ଦ କରି ହରମୁଜ ଜଳପଥ ଖୋଲିବା ଆମର ଲକ୍ଷ୍ୟ ବୋଲି ମୋଦୀ କହିଛନ୍ତି।

ଭାରତୀୟଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା

ୟୁଏଇ, କତାର ଆଦି ଉପସାଗରୀୟ ଦେଶଗୁଡ଼ିକରେ ପ୍ରାୟ ଏକ କୋଟି ଭାରତୀୟ ବସବାସ କରୁଛନ୍ତି ଏବଂ କାମ କରୁଛନ୍ତି। ସେମାନଙ୍କ ସୁରକ୍ଷା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ମୋଦୀ କହିଛନ୍ତି “ ବର୍ତତ୍ମାନର ସଂକଟ ସମୟରେ ଦେଶରେ ଓ ଦେଶ ବାହାରେ ଥିବା ଭାରତୀୟଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩,୭୫,୦୦୦ ଭାରତୀୟ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି। ଏଥିରୁ ଇରାନରୁ ୧୦୦୦ ଭାରତକୁ ଫେରି ଆସିଛନ୍ତି। ସେଥିରୁ ୭୦୦ କେବଳ ମେଡିକାଲ ଛାତ୍ରଛତ୍ରୀ।”

କୂଟନୀତି ପାଇଁ ଉଦ୍ୟମଜାରି ଅନ୍ୟ ଦେଶଙ୍କ ସହ ଆଲୋଚନା

ମୋଦୀ କହିଛନ୍ତି ଯେ ଭାରତ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଜାରି ରଖିଛି। ଏଥିପାଇଁ ଆମେ ଇରାନ, ଇସ୍ରାଏଲ ଏବଂ ଆମେରିକା ସମେତ ଏହି କ୍ଷେତ୍ରର ଦେଶଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଏହି ଯୁଦ୍ଧରେ ମାନବ ଜୀବନ ପ୍ରତି କୌଣସି ବିପଦ ମାନବତାର ହିତରେ ନୁହେଁ। ଭାରତ ସମସ୍ତ ପକ୍ଷକୁ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ସପ୍ତାହଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକାଧିକ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି।

ଯୋଗାଣ ସୁରକ୍ଷିତ କରିବା,ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ପାଇଁ ପଦକ୍ଷେପ

ଉପୁଜିଥିବା ସମସ୍ୟାର ମୁକାବିଲା ପାଇଁ ସରକାର ଦେଶର ଶକ୍ତି ଯୋଗାଣ ନିରନ୍ତର ରଖିବାକୁ ଆମଦାନୀର ବିଭିନ୍ନ ବିକଳ୍ପ ଉପରେ କାମ ଚାଲିଛି। ଏନେଇ ପିଏମ କହିଛନ୍ତି ଯେ ଆମେ ସମସ୍ତ ସମ୍ଭାବ୍ୟ ଉତ୍ସରୁ ଗ୍ୟାସ ଏବଂ ଅଶୋଧିତ ତୈଳ ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ। ଆଗାମୀ ଦିନରେ ପ୍ରୟାସ ଜାରି ରହିବ। ସେ ଆହୁରି କହିଛନ୍ତି ଯେ ଭାରତ ଗତ ୧୧ ବର୍ଷ ମଧ୍ୟରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ରଣନୈତିକ ତୈଳ ଭଣ୍ଡାର ନିର୍ମାଣ କରିଛି, ଆଉ ୬୫ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି। ଏଥିସହିତ ମୋଦି ଭାରତର ୭୦,୦୦୦ କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଇଙ୍ଗିତ କରିଥିଲେ ଏବଂ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆତ୍ମନିର୍ଭରଶୀଳ ହେବା ବ୍ୟତୀତ ଭାରତ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ମୋଦୀ କହିଛନ୍ତି।

ରାଜ୍ୟଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ

ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଏବଂ ଗଚ୍ଛିତୀକରଣ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। କୋଭିଡ ସମୟରେ ଯେମିତି ଗୋଟିଏ ଦେଶର ଭୂମିକା ନିର୍ବାହ କରିଥିଲେ ବର୍ତ୍ତମାନ ବି ସମାନ ସମୟ ଆସିଛି. ଆମକୁ ଏକଜୁଟ ମାନସିକତା ଦେଖାଇବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ଯେମିତି ଜରୁରୀକାଳୀନ ସାମଗ୍ରୀଗୁଡ଼ିକର ସୁରକ୍ଷିତ ଯୋଗାଣ ହୋଇପାରିବ ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି।

ସୌଜନ୍ୟ Prameya News7

Exit mobile version