POCSO case ଝାରସୁଗୁଡ଼ା ଶିଶୁକନ୍ୟା ଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ମାମଲାର ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପଙ୍କଜ ପୋଢ଼ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସହଯୋଗୀ ଅନୁ ବାଗକୁ ୨ ବର୍ଷ ଦଣ୍ଡାଦେଶ ପ୍ରଦାନ କରାଯାଇଛି।

ଭୁବନେଶ୍ବର: ୨୦୨୫ ଜୁନ୍‌ ୨୭ରେ ଝାରସୁଗୁଡ଼ାରେ ଜଣେ ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପଙ୍କଜ ପୋଢ଼ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସହଯୋଗୀ ଅନୁ ବାଗକୁ ୨ ବର୍ଷ ଦଣ୍ଡାଦେଶ ପ୍ରଦାନ କରାଯାଇଛି।

ମାମଲାର ବିବରଣୀ ଅନୁଯାୟୀ,  ଘଟଣା ଦିନ ପ୍ରାୟ ୪ ବର୍ଷର ନାବାଳିକାଙ୍କୁ ଦୁଇ ଅଭିଯୁକ୍ତ  ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ବ୍ରଜରାଜନଗର ଥାନାରେ ଜୁନ୍‌ ୩୦ରେ ନଂ ୧୪୦ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ବିଭିନ୍ନ ଦଫା, ପୋକ୍ସୋ ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍  ଆଇନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version