Puri station: ପୁରୀ ଷ୍ଟେସନ ଆଧୁନିକୀକରଣ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ
ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ଓ ୬ର ଉନ୍ନତୀକରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅଗଷ୍ଟ ୨୫ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ର ସେବାରେ ସାମୟିକ ପରିବର୍ତ୍ତନ କରାଯାଇଛି।

ଭୁବନେଶ୍ୱର: ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ଓ ୬ର ଉନ୍ନତୀକରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅଗଷ୍ଟ ୨୫ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ର ସେବାରେ ସାମୟିକ ପରିବର୍ତ୍ତନ କରାଯାଇଛି। ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟକୁ ସୁରକ୍ଷିତ ଭାବେ ସମ୍ପାଦନ କରିବାକୁ ଏହି ପରିବର୍ତ୍ତନ ହୋଇଛି। ଖୋର୍ଦ୍ଧାରୋଡ୍-ପୁରୀ ମେମୁ(୬୮୪୦୯) ଓ ପୁରୀ-ଖୋର୍ଦ୍ଧାରୋଡ୍ ମେମୁ(୬୮୪୧୦) ଅଗଷ୍ଟ ୨୫ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାତିଲ ରହିବ। ୧୬ ଯୋଡ଼ା ଟ୍ରେନ୍ର ସ୍ୱଳ୍ପ ଅବଧି ରହିବ।
ନିର୍ଦ୍ଧାରିତ ସମୟ ମଧ୍ୟରେ ପୁରୀ ପରିବର୍ତ୍ତେ ଅନ୍ୟ ଷ୍ଟେସନରୁ ଯାତ୍ରା ଆରମ୍ଭ ଓ ଶେଷ କରିବ। ଯାତ୍ରୀମାନେ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ ଯାତ୍ରୀମାନେ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’କୁ ଭିଜିଟ୍ ସହ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




