ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ଲୋକସଭାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାୟୁ ପ୍ରଦୂଷଣ ଉପରେ ସଂସଦୀୟ ବିତର୍କ ଦାବି କରିଛନ୍ତି, ଏବଂ ସରକାରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବଜେଟରେ ‘ପର୍ଯ୍ୟାପ୍ତ ଅର୍ଥ’ ସୁନିଶ୍ଚିତ କରିବାକୁ କହିଛନ୍ତି।
ଏକ ଫେସବୁକ ପୋଷ୍ଟରେ, ରାହୁଲ ଗାନ୍ଧୀ ଜନସାଧାରଣଙ୍କ ମେସେଜ୍ ପଢ଼ିଥିଲେ, ଯେଉଁଥିରେ ବାୟୁ ପ୍ରଦୂଷଣକୁ ନେଇ ଅନେକ ବର୍ତ୍ତା ରହିଥିଲା। ନାଗରିକଙ୍କ ବାର୍ତ୍ତାକୁ ଆଧାର କରି ରାହୁଲ ଗାନ୍ଧୀ ନିଜେ ଏକ ଭିଡିଓ ବନାଇଥିଲେ, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାୟୁ ପ୍ରଦୂଷଣକୁ ଜାତୀୟ ସ୍ଵାସ୍ଥ୍ୟ ଜରୁରୀକାଳୀନ(ନ୍ୟାସନାଲ ହେଲଥ୍ ଏମରଜେନ୍ସି) ଘୋଷଣା କରିବାକୁ ଅନୁରୋଧ କରିଛନ୍ତି, ଏବଂ ସେହି ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, ଏବେ ସମୟ ଆସିଯାଇଛି, ସଂସଦରେ ଏହା ଉପରେ ଆଲୋଚନା କରିବା ପାଇଁ ସରକାର ଅନୁମତି ଦିଅନ୍ତୁ, ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବାୟୁ ପ୍ରଦୂଷଣକୁ ଜାତୀୟ ସ୍ଵାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରନ୍ତୁ। ଆମକୁ ଏକଜୁଟ ହୋଇ ଏକ ଯୋଜନା ବନାଇବାକୁ ପଡ଼ିବ, ଏହି ସମସ୍ୟା ସହ ଲଢ଼ିବା ପାଇଁ ଏକ ବଜେଟ୍ ସୁନିଶ୍ଚିତ କରିବାକୁ ପଡ଼ିବ।
ରାହୁଲ ଗାନ୍ଧୀ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି, ଗତ କିଛିଦିନ ମଧ୍ୟରେ ମୁଁ ହଜାର ହଜାର ଭାରତୀୟଙ୍କ ମେସେଜ୍ ପଢ଼ିଛି, ଯେଉଁଥିରେ ସମସ୍ତେ ଗୋଟିଏ କଥା କହିଥିଲେ, ପ୍ରଦୂଷଣ କେମିତି ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। ହଜାର ହଜାର ମେସେଜ୍ ପଢ଼ିବା ପରେ ଗୋଟିଏ କଥା ସ୍ପଷ୍ଟ ଦେଖାଗଲା, ତାହା ହେଉଛି ଲୋକଙ୍କ ମନରେ ଥିବା ‘ଭୟ’।

ସୌଜନ୍ୟ ସମ୍ବାଦ