ରାଜ୍ୟ

Rahul Gandhi : ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି

ଭୁବନେଶ୍ଵର, ୨୯/୦୭ : ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିବାକୁ ଧମକ। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟ। ସୁବ୍ରତ କୁମାର ଜେନା ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାର ପୋଷ୍ଟ କରିଛନ୍ତି। ଏନେଇ କଂଗ୍ରେସ ଦଳ ତରଫରୁ କଟକ ସାଇବର ଥାନାରେ ଏତଲା ଦାୟର ହୋଇଛି। ତୁରନ୍ତ ଏହି ଯୁବକଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ଦୃଢ ନିନ୍ଦା କରିଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଦଳର ମୁଖପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଯେଉଁଭଳି ଆପତ୍ତିଜନକ ପୋଷ୍ଟ କରାଯାଉଛି ଆମେ ଏହାକୁ ବିରୋଧ କରୁଛୁ। ଯେହେତୁ ରାହୁଲ ଗାନ୍ଧୀ ଯୁବପିଢିଙ୍କ ହକର କଥା ଲୋକସଭାରେ ଉଠାଉଛନ୍ତି, ସେଥିପାଇଁ କିଛି ଯୁବକ ଏଭଳି ପୋଷ୍ଟ କରୁଛନ୍ତି। ସରକାରୀ ଦଳର ପ୍ରୋତ୍ସାହନରେ ଏହି ଯୁବକମାନେ ଏଭଳି କାଣ୍ଡ କରୁଛନ୍ତି। ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏଭଳି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆଇନ ମନ୍ତ୍ରୀ କହିଥିଲେ ଯେଉଁମାନେ ଆପତ୍ତିଜନକ ପୋଷ୍ଟ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, କିନ୍ତୁ ସେ ନିୟମ କାହା ପାଇଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

କଂଗ୍ରେସ କହିଛି ଯେ, ରାହୁଲ ଗାନ୍ଧୀଙ୍କ ବଦଳରେ ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଫଟୋରେ ଥାନ୍ତେ, ତେବେ ଉକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିସାରିଥାଆନ୍ତା। ତେଣୁ ଆଇନ ସମସ୍ତଙ୍କ ପାଇଁ ସମାନ ହେଉ ଏବଂ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କଂଗ୍ରେସ ଦାବି କରିଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button