ଦେଶ ବିଦେଶ

Rahul Gandhi: ସୁପ୍ରିମକୋର୍ଟ ରାଜନୈତିକ ପ୍ରଭାବ ପ୍ରଦର୍ଶନ ପାଇଁ ଏକ ମଞ୍ଚ ନୁହେଁ, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାକୁ ବିରୋଧ କଲେ ୨୦୦ ଆଇନଜୀବୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଅନେକ ବରିଷ୍ଠ ନେତା ଏବଂ କର୍ମୀମାନେ ଗତ ଅକ୍ଟୋବର ୧୨ ତାରିଖରେ ନିର୍ବାଚନ କମିସନ ବିରୋଧରେ ସୁପ୍ରିମକୋର୍ଟକୁ ଏକ ପଦଯାତ୍ରା କରିଥିଲେ। ତେବେ ସୁପ୍ରିମକୋର୍ଟକୁ ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରାକୁ ଏସ୍‌ସିବିଏ (ସୁପ୍ରିମକୋର୍ଟ ବାର୍‌ ଏସୋସିଏସନ୍‌)ର ପ୍ରାୟ ୨୦୦ ସଦସ୍ୟ ନିନ୍ଦା କରିଛନ୍ତି।

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଅନେକ ବରିଷ୍ଠ ନେତା ଏବଂ କର୍ମୀମାନେ ଗତ ଅକ୍ଟୋବର ୧୨ ତାରିଖରେ ନିର୍ବାଚନ କମିସନ ବିରୋଧରେ ସୁପ୍ରିମକୋର୍ଟକୁ ଏକ ପଦଯାତ୍ରା କରିଥିଲେ। ତେବେ ସୁପ୍ରିମକୋର୍ଟକୁ ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରାକୁ ଏସ୍‌ସିବିଏ (ସୁପ୍ରିମକୋର୍ଟ ବାର୍‌ ଏସୋସିଏସନ୍‌)ର ପ୍ରାୟ ୨୦୦ ସଦସ୍ୟ ନିନ୍ଦା କରିଛନ୍ତି। ଆଇନଜୀବୀମା‌ନେ ଏସ୍‌ସିବିଏ ସମ୍ପାଦକ ଏବଂ ଏହାର କାର୍ଯ୍ୟକାରିଣୀ କମିଟିକୁ ଏକ ଚିଠି ଲେଖି କହିଛନ୍ତି ଯେ ଏହି ପଦଯାତ୍ରା ଏକ ରାଜନୈତିକ ଶକ୍ତିକୁ ଦର୍ଶାଉଛି ଏବଂ ଏହା ଆଇନର ଶାସନକୁ ଅବମାନନା ଏବଂ ବିଚାରପତିଙ୍କ ଉପରେ ପରୋକ୍ଷରେ ଚାପ ପକାଇପାରେ।

ଚିଠିରେ ଆଇନଜୀବୀମାନେ କହିଛନ୍ତି, ସୁପ୍ରିମକୋର୍ଟ ରାଜନୈତିକ ପ୍ରଭାବ , ଆର୍ଥିକ ଶକ୍ତି ଏବଂ ସଂଖ୍ୟାତ୍ମକ ଶକ୍ତି ଦେଖାଇବାପାଇଁ ଏକ ମଞ୍ଚ ନୁହେଁ। ସେମାନେ‌ ଚେତାବନୀ ଦେଇଛନ୍ତି ଯେ ଏଭଳି କାର୍ଯ୍ୟକୁ ଅନୁମତି ଦେବା ଫଳରେ ଏହା ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ଏହିପରି ସମାନ ଢଙ୍ଗରେ ରାଜନୈତିକ କ୍ଷମତା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୨ ତାରିଖରେ ରାହୁଲ ଓ ଇଣ୍ଡିମେଣ୍ଟ ନେତାମାନେ ସମର୍ଥକଙ୍କ ସହ କେନ୍ଦ୍ରୀୟ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ୍‌ରୁ ସୁପ୍ରିମକୋର୍ଟ ଅଭିମୁଖେ ଏକ ପଦଯାତ୍ରା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button