ରାଜ୍ୟ

Cyclone Update : ୟାନମ୍‌ରେ ‘ଅର୍ଣ୍ଣବ’ ତାଣ୍ଡବ, ଲ୍ୟାଣ୍ଡଫଲ୍ କଲା ବାତ୍ୟା, ରାତିରେ ଓଡ଼ିଶାକୁ ବିପଦ

ଭୁବନେଶ୍ଵର, ୨୮/୧୦ : ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅର୍ଣ୍ଣବ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପାରିଣତ ହେବ । ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଯିବ । ମାଲକାନଗିରିରେ ଅତିକ୍ରମ କରିବା ବେଳେ ଏହା ଗଭୀର ଅବପାତ ବା ଅବପାତ ଅବସ୍ଥାରେ ରହିବ ।

ବାତ୍ୟା ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନକୁ ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି ଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୮୦ କିଲୋମିଟର ଓ ଝଟକା ପବନ ୯୦ କିଲୋମିଟର ବେଗରେ ବହିବ ବୋଲି ଆଇଏମଡି ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଛଡ଼ା କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ପବନ ୪୦ ରୁ ୫୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ଝଟକା ପବନର ବେଗ ୬୦ କିମି ରହିପାରେ ବୋଲି ଆକଳନ କରାଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button