Rajasthan: ‘ମୁଁ ୧୦ କୋଟି ନେଇଥିଲେ ପ୍ରମାଣ କରନ୍ତୁ’
ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରମେଶ ମୀନା ବୁଧବାର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ମୀନା ୧୦ କୋଟି ଗ୍ରହଣ...

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରମେଶ ମୀନା ବୁଧବାର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ମୀନା ୧୦ କୋଟି ଗ୍ରହଣ କରିଥିଲେ ବୋଲି ଗେହଲଟ ଯେଉଁ ଅଭିଯୋଗ କରିଛନ୍ତି ତାର ପ୍ରମାଣ ଦେବାପାଇଁ ମୀନା କହିଛନ୍ତି।
ଉଲ୍ଲେଖଯୋଗ୍ୟ ୨୦୨୦ରେ କଂଗ୍ରେସ ସରକାରର ପତନ ପାଇଁ ସରକାର ବିରୋଧରେ ଯେଉଁ ବିଧାୟକମାନେ ବିଦ୍ରୋହ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ନେତା ୧୦ କୋଟି ଆଡଭାନ୍ସ ନେଇଥିଲେ ବୋଲି ଗେହଲଟଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ସଚିନ ପାଇଲଟଙ୍କ ନେତୃତ୍ବରେ ଯେଉଁ ନେତାମାନେ ସରକାର ବିରୋଧରେ ବିଦ୍ରୋହ କରିଥିଲେ ସେଥିରେ ମୀନା ମଧ୍ୟ ଥିଲେ।
ତେବେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏଥିପାଇଁ ନାର୍କୋ ଏନାଲିସିସ୍ ଟେଷ୍ଟ୍ ପାଇଁ ଇଚ୍ଛୁକ ବୋଲି କହିଛନ୍ତି। କରୌଲିରେ କିଷାନ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୀନା କହିଛନ୍ତି, ‘ ମୁଁ ମୋ ଉପରେ ନାର୍କୋ ଟେଷ୍ଟ୍ କରିବାପାଇଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଏବଂ ମୁଁ ୧୦ କୋଟି ନେଇଛି ବୋଲି ପ୍ରମାଣ ଦିଅ। ଏହି ସମାନ ସମୟରେ ଆପଣ ସ୍ବାଧୀନ ପ୍ରାର୍ଥୀ, ବିଟିପି ଏବଂ ବିଜେପି ବିଧାୟକଙ୍କୁ କେତେ ଟଙ୍କା ଦେଇଛନ୍ତି ତାହା ପ୍ରମାଣ କରିବାପାଇଁ ଆପଣଙ୍କ ଉପରେ ମଧ୍ୟ ଏକ ନାର୍କୋ ଟେଷ୍ଟ୍ କରାଯିବ।
ସୌଜନ୍ୟ ସମ୍ବାଦ




