ଦେଶ ବିଦେଶ

Technology: ଭାରତର ପ୍ରଥମ ସ୍ୱଦେଶୀ ସାମରିକ ପରିବହନ ବିମାନର ପରୀକ୍ଷଣ ଉଡ଼ାଣ ସଫଳ

ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ସାମରିକ ପରିବହନ ବିମାନ ଏୟାର୍‌ବସ୍ ସି୨୯୫ ବଡ଼ୋଦରାସ୍ଥିତ ଟାଟା-ଏୟାର୍‌ବସ୍ ଫାଇନାଲ୍ ଆସେମବ୍ଲି ଲାଇନ୍ (ଏଫ୍ଏଏଲ୍)ରୁ ସଫଳତାର ସହ ଏହାର ପ୍ରଥମ ପରୀକ୍ଷଣ ଉଡ଼ାଣ ସମାପ୍ତ କରିଛି।

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ସାମରିକ ପରିବହନ ବିମାନ ଏୟାର୍‌ବସ୍ ସି୨୯୫ ବଡ଼ୋଦରାସ୍ଥିତ ଟାଟା-ଏୟାର୍‌ବସ୍ ଫାଇନାଲ୍ ଆସେମବ୍ଲି ଲାଇନ୍ (ଏଫ୍ଏଏଲ୍)ରୁ ସଫଳତାର ସହ ଏହାର ପ୍ରଥମ ପରୀକ୍ଷଣ ଉଡ଼ାଣ ସମାପ୍ତ କରିଛି, ଯାହା ଦେଶର ପ୍ରତିରକ୍ଷା ଉତ୍ପାଦନ ଅଭିଳାଷ ଏବଂ କେନ୍ଦ୍ରର ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଭାରତରେ ଉତ୍ପାଦିତ ହେବାକୁ ଥିବା ୪୦ଟି ସି୨୯୫ ପରିବହନ ବିମାନ ମଧ୍ୟରୁ ଏହି ବିମାନ ଚଳିତବର୍ଷ ଶେଷରେ ଭାରତୀୟ ବାୟୁସେନା (ଆଇଏଏଫ୍)ରେ ସାମିଲ ହେବା ପୂର୍ବରୁ ପୋଷ୍ଟ-ପ୍ରଡକ୍ସନ୍ ପରୀକ୍ଷଣ ପ୍ରକ୍ରିୟାର ଏକ ଅଂଶ ଭାବରେ ଏହାର ପ୍ରଥମ ଉଡ଼ାଣ ଭରିଥିଲା। ସଫଳ ପରୀକ୍ଷଣ ଉଡ଼ାଣକୁ ଭାରତର ଏରୋସ୍ପେସ୍ ଓ ପ୍ରତିରକ୍ଷା ଇକୋସିଷ୍ଟମ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ଦେଖାଯାଉଛି, କାରଣ ସି୨୯୫ କାର୍ଯ୍ୟକ୍ରମ ହେଉଛି ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଦେଶର ପ୍ରଥମ ସାମରିକ ବିମାନ ଉତ୍ପାଦନ ପ୍ରକଳ୍ପ। ୟୁରୋପୀୟ ଏରୋସ୍ପେସ୍ ପ୍ରମୁଖ ଏୟାରବସ୍ ଓ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସ୍ଏଲ୍) ମଧ୍ୟରେ ସହଭାଗିତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button