Rajyarani Express Train Accident: ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର
ଟେକାଲିର ବର୍ମାକଲୋନୀ ନିକଟରେ ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ୫ ଛାତ୍ର ନିକଟସ୍ଥ ପୋଖରୀରୁ ମାଛ ଧରି ରେଳଧାରଣା ଦେଇ ଫେରୁଥିବା ସମୟରେ ରାଉରକେଲା-ଗୁଣୁପୁର ଯାଉଥିବା ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ମୃତ ଛାତ୍ରମାନେ ଡାମରୁ ଗାଁର ଓ ଟେକାଲିରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ। ପୁଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବର: ରାଉରକେଲା-ଗୁଣୁପୁର ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନାନୁସାରେ, ପାରଳାଖେମୁଣ୍ଡି ନିକଟବର୍ତୀ ଆନ୍ଧ୍ରପ୍ରଦେଶର ଟେକାଲିର ବର୍ମାକଲୋନୀ ଠାରେ ଏହି ଦୁର୍ଘଟଣା ଘଟିଛି। ୫ଜଣ ନିକଟସ୍ଥ ଏକ ପୋଖରୀକୁ ମାଛ ଧରି ରେଳଧାରଣା ଦେଇ ରବିବାଲ୍ସା ଫେରୁଥିଲେ। ଏହି ସମୟରେ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ୫ ଛାତ୍ରଙ୍କୁ ଟେକାଲି ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘେଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଖବର ନେବାରୁ ଜଣାଯାଇଛି ସମସ୍ତ ଛାତ୍ର ଡାମରୁ ଗାଁର ସେମାନେ ଟେକାଲିରେ ସରକାରୀ ଏସ୍ସିଏସ୍ଟି ହୋଷ୍ଟେଲ୍ରେ ରହି ଦ୍ବାଦଶ ଶ୍ରେଣୀରେ ପଢ଼ୁଥିଲେ। ମୃତ ଛାତ୍ରମାନେ ହେଲେ ବିଶାଖା ରାଓ, ଦିଲୀପ, ଶାରଥ ଓ ଶିବା। ଗୁରୁତର ଆହତ ହୋଇଥିବା ଛାତ୍ର ଜଣଙ୍କ ନାମ ସଲମନ ରାଜୁ।
ସୌଜନ୍ୟ ସମ୍ବାଦ




