ରାଜ୍ୟ
Rakhi Purnima: ରାଖୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ନାହିଁ: ୨୭ରେ ଲୋକେ ପାଳିବେ, ୨୮ରେ ଶ୍ରୀମନ୍ଦିରରେ
ସାଧାରଣ ଲୋକେ କେବେ ପାଳନ କରିବେ ରକ୍ଷାବନ୍ଧନ ପର୍ବ? ଅଗଷ୍ଟ ୨୭ରେ ରକ୍ଷାବନ୍ଧନ ଏବଂ ୨୮ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ଜନ୍ମ ଓ ରାଖୀ ଲାଗି ରହିଥିବା ନେଇ ପଞ୍ଜିକାରେ ସୂଚନା ଥିବା ଯୋଗୁଁ ଏଭଳି ଦ୍ବନ୍ଦ୍ବ ଉପୁଜିଛି।

ପୁରୀ: ସାଧାରଣ ଲୋକେ କେବେ ପାଳନ କରିବେ ରକ୍ଷାବନ୍ଧନ ପର୍ବ? ଅଗଷ୍ଟ ୨୭ରେ ରକ୍ଷାବନ୍ଧନ ଏବଂ ୨୮ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ଜନ୍ମ ଓ ରାଖୀ ଲାଗି ରହିଥିବା ନେଇ ପଞ୍ଜିକାରେ ସୂଚନା ଥିବା ଯୋଗୁଁ ଏଭଳି ଦ୍ବନ୍ଦ୍ବ ଉପୁଜିଛି। ଏହି ଦ୍ବନ୍ଦ୍ବ ଉପରୁ ପରଦା ଉଠାଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପଞ୍ଜିକା ସମୀକ୍ଷକ। ୨୭ ତାରିଖ ଦିନ ସକାଳ ୯ଟା ୮ରୁ (ଭିନ୍ନମତରେ ୯ଟା ୭ରୁ) ପୂର୍ଣ୍ଣିମା ଆରମ୍ଭ ହେଉଛି। ରକ୍ଷାବନ୍ଧନ ଉତ୍ସବ ମଧ୍ୟାହ୍ନକାଳୀନ ହୋଇଥିବାରୁ ସେଇ ଦିନ ହିଁ ରାଖୀବନ୍ଧା ପର୍ବ ପାଳନ କରାଯିବା ବିଧେୟ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ।
ସୌଜନ୍ୟ ସମ୍ବାଦ




