ରାଜ୍ୟ

Flood victims: ଛାତ ଉପରେ ବନ୍ୟା ପୀଡ଼ିତଙ୍କ ମୃତ୍ୟୁ: ୧୮ ଘଣ୍ଟା ପଡ଼ିରହିଲା ଶବ, ଅଣ୍ଟାଏ ପାଣିରେ ଶେଷ ଯାତ୍ରା

ଚାରିଆଡ଼େ ବନ୍ୟା ପାଣି। ଗାଁ ଭିତରେ କେଉଁଠି ଅଣ୍ଟାଏ ତ କେଉଁଠି ବେକେ। ତା’ ଭିତରେ ‘ରାମ ନାମ ସତ୍ୟ ହେ’ ଧ୍ବନି ମଧ୍ୟରେ ପ୍ରାୟ ଏକ କିଲୋମିଟର ଶବ ଶୋଭାଯାତ୍ରା ହେଲା। ବିଚଳିତ କଲା ପରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ।

ବରୀ (ସଞ୍ଜୟ ବେହେରା): ଚାରିଆଡ଼େ ବନ୍ୟା ପାଣି। ଗାଁ ଭିତରେ କେଉଁଠି ଅଣ୍ଟାଏ ତ କେଉଁଠି ବେକେ। ତା’ ଭିତରେ ‘ରାମ ନାମ ସତ୍ୟ ହେ’ ଧ୍ବନି ମଧ୍ୟରେ ପ୍ରାୟ ଏକ କିଲୋମିଟର ଶବ ଶୋଭାଯାତ୍ରା ହେଲା। ବିଚଳିତ କଲା ପରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରଜିଲ୍ଲା ବରୀ ଅଞ୍ଚଳରେ। ମୃତ୍ୟୁ ହେବାର ୧୮ ଘଣ୍ଟା ପରେ ମଧ୍ୟ ପ୍ରଶାସନ ପୀଡ଼ିତଙ୍କ ପାଖରେ ପହଞ୍ଚି ନଥିଲା। ଶବ ସେମିତି ଛାତ ଉପରେ ପଡ଼ିରହିଥିଲା। ପାଞ୍ଚ ଦିନ ଧରି ପାଣି ଘେରରେ ଥିବା ଗାଁରେ ରନ୍ଧାଖାଦ୍ୟ ବଣ୍ଟନ ନ କରିବା ଓ ଯାଆସ ପାଇଁ ବୋଟ୍‌ ବ୍ୟବସ୍ଥା ନଥିବାରୁ ଭେଳା କରି ଗାଁ ଲୋକ ଯାତାୟାତ କରିବା ଘଟଣା ବରୀ ବ୍ଲକ୍‌ ପ୍ରଶାସନର ବନ୍ୟା ବିପର୍ଯ୍ୟୟ ପରିଚାଳନାକୁ ନେଇ ନାନା ପ୍ରଶ୍ନ ଠିଆ କରିଛି। ଖାଦ୍ୟ ନ ପାଇ ପୀଡ଼ିତ ପ୍ରାଣ ହରାଇନାହାନ୍ତି ତ? ଏଭଳି ଆପତ୍ତି ମଧ୍ୟ ଉଠିଲାଣି। ଅସୁସ୍ଥ ଥିବା ପୀଡ଼ିତଙ୍କୁ କାହିଁକି ଡାକ୍ତରଖାନା ନିଆଗଲାନି? ଏପରିକି ମୃତ୍ୟୁ ପ‌ରେ ମଧ୍ୟ ଶବ ନେବାକୁ  ପ୍ରଶାସନ କୌଣସି ବ୍ୟବସ୍ଥା ନ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button