Ramya sriram: ନାଟ୍‌ ଜିଓ ଇଣ୍ଡିଆ ୱାର୍ଲଡୱାଇଡ୍‌ ବିଜେତା ରମ୍ୟା

ଚେନ୍ନାଇର ଫଟୋଗ୍ରାଫର୍‌ ରମ୍ୟା ଶ୍ରୀରାମ କେରଳର ପାରମ୍ପରିକ ଥେୟାମ୍ ରୀତିକୁ ଚିତ୍ରିତ କରି ‘ନାଟ୍ ଜିଓ ଇଣ୍ଡିଆ ୱାର୍ଲଡୱାଇଡ୍ କଣ୍ଟେଷ୍ଟ ୨୦୨୫’ ଜିତିଥିଲେ। ଏହି ଚିତ୍ରଟି ନ୍ୟାସନାଲ୍ ଜିଓଗ୍ରାଫିକ୍‌ର ୨୦୨୬ କ୍ୟାଲେଣ୍ଡରରେ ମଧ୍ୟ ସ୍ଥାନିତ ହୋଇଛି।

ଚେନ୍ନାଇର ଫଟୋଗ୍ରାଫର୍‌ ରମ୍ୟା ଶ୍ରୀରାମ କେରଳର ପାରମ୍ପରିକ ଥେୟାମ୍ ରୀତିକୁ ଚିତ୍ରିତ କରି ‘ନାଟ୍ ଜିଓ ଇଣ୍ଡିଆ ୱାର୍ଲଡୱାଇଡ୍ କଣ୍ଟେଷ୍ଟ ୨୦୨୫’ ଜିତିଥିଲେ। ଏହି ଚିତ୍ରଟି ନ୍ୟାସନାଲ୍ ଜିଓଗ୍ରାଫିକ୍‌ର ୨୦୨୬ କ୍ୟାଲେଣ୍ଡରରେ ମଧ୍ୟ ସ୍ଥାନିତ ହୋଇଛି। ରମ୍ୟା ଥେୟାମ୍‌ଙ୍କୁ ଡକ୍ୟୁମେଣ୍ଟେସନ୍ କରିବାରେ ଚାରି ବର୍ଷ ଲାଗିଯାଇଥିଲା। ଏହି ପୁରସ୍କାର ତାଙ୍କ ଉତ୍ସର୍ଗୀକୃତ ଫଟୋଗ୍ରାଫିର ପ୍ରମାଣ। ବିଶେଷକରି ଭିଡ଼ ଓ ନିଆଁ ଭିତରେ କଠିନ ପରିସ୍ଥିତିକୁ ସାମ୍ନା କରି ଏହି ଚିତ୍ରଟି ସେ ନେଇଥିଲେ।

କେରଳର ପାରମ୍ପରିକ ଥେୟମ୍‌ ରୀତିର ଫଟୋଗ୍ରାଫି ପାଇଁ ରମ୍ୟା ଏହି ବିଶ୍ବସ୍ତରୀୟ ପରିଚିତି ହାସଲ କରିଛନ୍ତି। ଏହି ରୀତି ହେଉଛି ଉତ୍ତର କେରଳ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଦର୍ଶିତ ଏକ ଲୋକପ୍ରିୟ ପାରମ୍ପରିକ ନୃତ୍ୟ‌େଶୖଳୀ। ପାରମ୍ପରିକ ଓ ସାଂସ୍କୃତିକ ଫଟୋଗ୍ରାଫି ତାଙ୍କର ଏକ ନିଶା ବୋଲି ସେ କହନ୍ତି। ରମ୍ୟାଙ୍କ ପାଇଁ ଏହି ସମ୍ମାନ ତାଙ୍କର ବର୍ଷ ବର୍ଷର ସମର୍ପଣର ପ୍ରମାଣ। ରମ୍ୟାଙ୍କ ମତରେ, ଏହି ପୁରସ୍କାର ତାଙ୍କ ପାଇଁ ଓସ୍କାରଠାରୁ କମ୍‌ ନୁହେଁ।
ସେ ଭାରତର ହଜିଯାଉଥିବା ପରମ୍ପରାଗୁଡ଼ିକର ଡକ୍ୟୁମେଣ୍ଟେସନ୍‌ କରିବାରେ ଲଗାଇଥିବା ସମୟକୁ ଏହି ସଫଳତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ ବର୍ଣ୍ଣନା କରିଥିଲେ। ଏହି ଫଟୋଗ୍ରାଫ୍‌ଟି ଉତ୍ତର କେରଳର କନ୍ନୁର-କସାରଗୋଡ଼ ଅଞ୍ଚଳରେ ଥେୟମ୍‌ ପ୍ରଦର୍ଶନ ସମୟରେ ନିଆଯାଇଥିଲା। ଏଥିପାଇଁ ତାଙ୍କୁ ପୂରା ୪ ବର୍ଷ ସମୟ ଲାଗିଥିଲା।

 ବିଶ୍ୱସ୍ତରୀୟ ଖ୍ୟାତି ପାଇଛି ଥେୟମ୍‌ ରୀତି: ଏହି ପ୍ରସିଦ୍ଧ ଫଟୋଗ୍ରାଫ୍‌ଟି ଉଠାଇବାକୁ ଖୁବ୍‌ କଷ୍ଟ କରିବାକୁ ପଡ଼ିଥିଲା ରମ୍ୟାଙ୍କୁ। ଏକ ଛୋଟ ମନ୍ଦିରରେ ସୁଟିଂ କରୁଥିବା ସମୟରେ, ଶହ ଶହ ଫଟୋଗ୍ରାଫର୍‌ ଓ ଭକ୍ତଙ୍କ ଭିଡ଼ ହଠାତ୍‌ ଠେଲାପେଲାରେ ପରିଣତ ହୋଇଥିଲା। ନିଆଁ ବଢ଼ିବା ସହିତ, ଭିଡ଼ ଭିତରେ ରମ୍ୟା ଠେଲି ହୋଇଯାଇଥିଲେ। ତାଙ୍କ ହାତ ଓ ପୋଷାକ ପୋଡ଼ି ଯାଇଥିଲା। ରମ୍ୟାଙ୍କ ଅନୁସାରେ, ସେ ସେତେବେଳେ ମାତ୍ର ପାଞ୍ଚଟି ଫଟୋ ଉଠାଇପାରିଥିଲେ। ଆଠ ଘଣ୍ଟା ଅପେକ୍ଷା କରିବା ପରେ, ସେ ମନ ଦୁଃଖରେ ଘରକୁ ଫେରି ଆସିଲେ। ପାଞ୍ଚଟି ଫଟୋ ମଧ୍ୟରୁ ତିନିଟି ଅସ୍ପଷ୍ଟ ଥିଲା। କିନ୍ତୁ ଦୁଇଟି ସ୍ପଷ୍ଟ ଦିଶୁଥିଲା, ଯାହା ମଧ୍ୟରୁ ଗୋଟିଏ ବିଶ୍ୱବ୍ୟାପୀ ପ୍ରଶଂସା ପାଇବା ସହିତ ପୁରସ୍କାରର ସ୍ବୀକୃତି ମଧ୍ୟ ପାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version