ରାଜ୍ୟ

Brahmani River: ବିଷାକ୍ତ ହେଉଛି ବ୍ରାହ୍ମଣୀ

ରାଉରକେଲା: ରାଜ୍ୟରେ ୧୬ଟି ନଦୀର ଜଳ ପ୍ରଦୂଷିତ। ଏହି ତାଲିକାରେ ରହିଛି ରାଉରକେଲାର ବ୍ରାହ୍ମଣୀ। ନିକଟରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏଭଳି ସାଂଘାତିକ ତଥ୍ୟ ରଖିବା ପରେ ବଢ଼ିଛି ଚିନ୍ତା। କାରଣ ପ୍ରତ୍ୟେକ ଦିନ ନଦୀ ଆଖପାଖରୁ ନିର୍ଗତ କଳକାରଖାନା, ବୁଦ୍ଧିଜୀବୀ ଓ ପରିବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ହୋଟେଲଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ବିନା ଟ୍ରିଟ୍‌ମେଣ୍ଟରେ ବ୍ରାହ୍ମଣୀରେ ମିଶୁଛି। ସେପଟେ ସହରର ନିର୍ଗତ ବର୍ଜ୍ୟଜଳକୁ ବିଶୋଧନ କରିବା ପାଇଁ ପ୍ରାୟ ୩୪୦ କୋଟି  ୨୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ଏବେ ବି ଅଧପନ୍ତରିଆ ହୋଇପଡ଼ିଛି।  ୮ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି। ପ୍ରକଳ୍ପ ଜରିଅରେ ୧୮୬ କିଲୋମିଟର ପାଇପ୍‌ ଲାଇନ୍‌ ବିଛାଯିବାକୁ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା।

 ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ

ଏଥିସହ ୭ଟି ପମ୍ପିଂ ହାଉସ୍‌ ଓ ୨ଟି ସ୍ବରେଜ ଟ୍ରିମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୭ ଜାନୁଆରି କାର୍ଯ୍ୟ ଆରମ୍ଭ ‌ହୋଇଥିବା ପ୍ରକଳ୍ପ ୨୦୨୦ ସୁଦ୍ଧା ଶେଷ ହେବ କଥା। ବିଭାଗୀୟ ଅଧିକାରୀଙ୍କ ତାଗିଦ୍‌ ସତ୍ବେ ଠିକାସଂସ୍ଥା କାମ ସାରିପାରିଲା ନାହିଁ। ୨୦୨୨ ପର୍ଯ୍ୟନ୍ତ କାମ କରିବାକୁ ଠିକାସଂସ୍ଥାକୁ ସମୟ ଦିଆଯାଇଥିଲା। ଏହା ସତ୍ବେ ମଧ୍ୟ କାମ ସରିଲାନି। ଏବେ ଯେତିକି ଘର, ହସ୍ପିଟାଲ, ହୋଟେଲ ଓ ରେସ୍ତୋରାଁକୁ ସ୍ବରେଜ ଲାଇନ ସଂଯୋଗ ହେବା କଥା, ତା’ ହୋଇ ନଥିବାରୁ ଏଭଳି  ସମସ୍ୟା ଉପୁଜୁଛି। ଏତେ ଟଙ୍କା ଖର୍ଚ୍ଚ ସତ୍ବେ ବ୍ରାହ୍ମଣୀନଦୀ ପ୍ରଦୂଷିତ ହେଉଥିବାରୁ ବୁଦ୍ଧିଜୀବୀ ଓ ପରିବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ନଦୀ ଉପରେ ନିର୍ଭରଶୀଳ ପାର୍ଶ୍ବବର୍ତ୍ତୀ ବସ୍ତିବାସିନ୍ଦାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କାରଣ ଅନେକ ବସ୍ତିବାସିନ୍ଦା ଓ ପ୍ରାଣୀମାନେ ନଦୀର ଜଳକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ଅଧାପନ୍ତରିଆ ସ୍ବରେଜ ପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ ବ୍ରାହ୍ମଣୀ ଅଞ୍ଚଳବାସୀଙ୍କ ପ୍ରତି ବିପଦ ଆଣିପାରେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି, ବ୍ରାହ୍ମଣୀରପ୍ରଦୂଷଣରୋକିବାକୁ ଉଭୟ ପ୍ରଦୂଷଣ  ଓ ସ୍ବରେଜ ବୋର୍ଡ ସଜାଗ ହେବା ଦରକାର। ଟ୍ରିଟମେଣ୍ଟପ୍ଲାଣ୍ଟକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂ. ଅନୁପ କୁମାର ମଲ୍ଲିକ କହିଛନ୍ତି, ଡାକ୍ତରଖାନା ଓ ହସ୍ପିଟାଲଗୁଡ଼ିକ ନିର୍ଗତ ବର୍ଜ୍ୟଜଳକୁ ବିଶୋଧନ କରି ନଦୀ ଛାଡିବାକୁ ଚିଠି କରାଯାଇଛି। ବ୍ରାହ୍ମଣୀନଦୀର ଜଳ ଲୋକ ଓ ପ୍ରାଣୀସମ୍ପଦକୁ କ୍ଷତି ପହଞ୍ଚିବାଭଳି ପରିସ୍ଥିତି ଆସି ନାହିଁ। ଆଗକୁ ଏସ୍‌ଟିପି ପ୍ରକ୍ଳପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବ୍ରାହ୍ମଣୀନଦୀ ଆଉ ଏତେଟା ପ୍ରଦୂଷିତ ହେବ ନାହିଁ। ତଥାପି ପ୍ରଦୂଷଣ ବିଭାଗ ବ୍ରାହ୍ମଣୀନଦୀ ଜଳ ପ୍ରଦୂଷିତ ନ ହେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button