Ratha yatra News : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠ ଚିରା, ଖପୁରିଆ ସରକାରୀ କରତ କଳରେ ଚିରଟ

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜିଠୁ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ। ସେଥିପାଇଁ ଶ୍ରୀମନ୍ଦିରରୁ ଯାଇଥିଲା ମାଳ ମାହାର୍ଦ୍ଦ । କଟକ ଖପୁରିଆ ସ୍ଥିତ କରତକଳରେ ପୂଜାର୍ଚ୍ଚନା ଆରମ୍ଭ ହେବା ପରେ କାଠ ହୋଇଛି ଚିରଟ।

କଟକ: ଖପୁରିଆରେ ରଥ କାଠ ଚିରଟ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠ ଚିରା କାମ ଆରମ୍ଭ । କଟକ ଖପୁରିଆ ସରକାରୀ କରତ କଳରେ ୩ ରଥର କାଠ ଚିରଟ । ପୁରୀରୁ ଆଜ୍ଞାମାଳା ଆସିବା ପରେ ହେଲା ରଥ କାଠ ଚିରଟ । କଟକରେ ପହଞ୍ଚିଛି ପୁରୀ ରଥ ଯାତ୍ରା ପାଇଁ ରଥ କାଠ । ସଙ୍କୀର୍ତ୍ତନ ମଣ୍ଡଳୀ ସହ ଆସିଥିଲା ରଥ କାଠ।

ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ କାର୍ଯ୍ୟ। କଟକ ଖପୁରିଆ ସ୍ଥିତ ସରକାରୀ ସ’ମିଲରେ ଏହି ରଥ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପରମ୍ପର ମୁତାବକ ୧୨ ଲମ୍ବ ବିଶିଷ୍ଟ ତିନିଖଣ୍ଡ ଧୌରା କାଠ ଚିରଟ କରାଯାଇଛି । ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତ ମାନେ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିରରୁ ଆଜ୍ଞା ମାଳା ଆସିବା ପରେ ଯଥା ରୀତିନୀତି ପୂଜା ଅର୍ଚନା ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଚିରଟରେ ପୁରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ସୌଜନ୍ୟ Prameya News7

Exit mobile version