ଜିଲ୍ଲାରାଜ୍ୟ

Rathayatra: ରଥଯାତ୍ରା ପୂର୍ବରୁ ବିଳମ୍ବିତ ରାତିରେ ପୁରୀରେ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାକୁ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲି ସମୀକ୍ଷା କରିଛନ୍ତି।

ପୁରୀ: ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାକୁ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲି ସମୀକ୍ଷା କରିଛନ୍ତି।
ଏହି ଗ୍ରାଉଣ୍ଡ୍-ଲେଭଲ୍‌ (କ୍ଷେତ୍ର ପରିଦର୍ଶନ) ଅନୁଧ୍ୟାନ ସମୟରେ ମନ୍ତ୍ରୀଙ୍କ ସହ ପୁରୀ ମହାନଗର ନିଗମ (ପି.ଏମ୍‌.ସି.) କମିସନର ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡ. ମହାପାତ୍ର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ କରି ଡ୍ରେନେଜ୍‌ ଭିତ୍ତିଭୂମିର ସମୀକ୍ଷା କରିବା ସହ ଜଳବନ୍ଦୀ ହେଉଥିବା ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲେ। ଏଥିସହ ରେଡ୍‌କ୍ରସ୍‌ ହସ୍ପିଟାଲ୍‌ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଓ ଏହାର ଆଖପାଖ ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
କ୍ଷେତ୍ର ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରି ମନ୍ତ୍ରୀ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପିଂ ସିଷ୍ଟମ୍‌ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଜମି ରହିଥିବା ଜଳ ନିଷ୍କାସନ ପ୍ରକ୍ରିୟାକୁ ଜୋରଦାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାର୍ବଣ ସମୟରେ ରାସ୍ତାଗୁଡ଼ିକୁ ଶୁଖିଲା ଓ ଯାତାୟତ ଉପଯୋଗୀ କରିବା ପାଇଁ ଜଳ ସଂଗ୍ରହ ସ୍ଥାନରୁ ନିକଟସ୍ଥ ଡ୍ରେନେଜ୍ ଚ୍ୟାନେଲକୁ ତୁରନ୍ତ ବାଇପାସ୍ ପାଇପଲାଇନ୍ ସ୍ଥାପନ କରି ଜଳ ନିଷ୍କାସନକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାୟୀ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ

ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଡ. ମହାପାତ୍ର ପୁରୀ ମହାନଗର ନିଗମ କମିସନର ଓ ବରିଷ୍ଠ ଯନ୍ତ୍ରୀମାନଙ୍କୁ ରଥଯାତ୍ରା ଶେଷ ହେବା ମାତ୍ରେ ସହରର ସମ୍ବେଦନଶୀଳ ଅଞ୍ଚଳରେ ଦୀର୍ଘ ଦିନର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ବ୍ୟାପକ ଡ୍ରେନେଜ୍ ସଂସ୍କାର ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିଦର୍ଶନ ସମୟରେ ମନ୍ତ୍ରୀ କହିଛନ୍ତି “ଦେଶ ଓ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ବର୍ଷା କିମ୍ବା ଜଳବନ୍ଦୀ ଯୋଗୁଁ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ଆମର ପ୍ରାଥମିକତା। ରଥଯାତ୍ରା ସମୟରେ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଶୁଖିଲା ପରିବେଶ ଯୋଗାଇ ଦେବା ପାଇଁ ପ୍ରଶାସନ ଦିନରାତି କାମ କରୁଛି। ବର୍ତ୍ତମାନ ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଥିବା ବେଳେ ଉତ୍ସବ ପରେ ଏକ ସ୍ଥାୟୀ ଡ୍ରେନେଜ୍ ସମାଧାନ କାର୍ଯ୍ୟକାରୀ କରିବାକୁ ଆମେ ସମାନ ଭାବେ ପ୍ରତିବଦ୍ଧ ।”

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପ୍ରବଳ ବର୍ଷା କିମ୍ବା ଜଳ ନିଷ୍କାସନଜନିତ ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପୁରୀ ମହାନଗର ନିଗମ ସହ ସମନ୍ୱୟ ରକ୍ଷା କରି ଜରୁରୀକାଳୀନ ଦଳ (ଏମରଜେନ୍ସି ରେସପନ୍ସ ଟିମ୍), ମୋବାଇଲ୍ ପମ୍ପିଂ ୟୁନିଟ୍ ଏବଂ ଉତ୍ସର୍ଗୀକୃତ କ୍ଷେତ୍ର ଅଧିକାରୀମାନଙ୍କୁ ୨୪×୭ ଭିତ୍ତିରେ ନିୟୋଜିତ କରିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button