
ରାୟଗଡା (ଶିବପ୍ରସାଦ ଦୋରା): ଚର୍ଚ୍ଚିତ ହାଡପା ନିଖିଲ ହତ୍ଯାକାଣ୍ଡ ଘଟଣାରେ ସୋମବାର ସମୀକ୍ଷା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ। ଘଟଣାକୁ ପୁଲିସ ଅତି ଗୁରୁତର ଭାବେ ନେଵା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମୋଟ ୬ଟି ଟିମ୍ ଗଠନ କରାଯାଇଛି। ଭୁବନେଶ୍ବରର ସାଇବର ଏକ୍ସପାର୍ଟଙ୍କ ସହାୟତା ନିଆଯାଉଥିବା ବେଳେ ତଦନ୍ତକାରୀ ଟିମ୍ ରାଜ୍ଯ ତଥା ରାଜ୍ଯ ବାହାରେ ତନାଘନା ଆରମ୍ଭ କରିଛନ୍ତି ବୋଲି ଡିଆଇଜି ସୂଚନା ଦେଇଛନ୍ତି।
ହତ୍ଯାକାଣ୍ଡରେ ଅନେକ ଅଭିଯୁକ୍ତଙ୍କ ଏବଂ ହତ୍ୟାକାଣ୍ଡର ସୂତ୍ରଧାରୀଙ୍କୁ ସଂପୃକ୍ତି ରହିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ରାୟଗଡା ସହରକୁ କେଉଁ ଆଡୁ ମାରଣାସ୍ତ୍ର ଆସୁଛି ତାକୁ ନେଇ ମଧ୍ଯ ଜିଲ୍ଲାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯିବା ସହ ଅପରାଧି ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଆଗାମୀ ୧୫ଦିନ ମଧ୍ଯ ସମସ୍ତଙ୍କୁ ଜାତୀୟ ନିରାପଦ ଆଇନରେ ଗିରଫ୍ କରାଯିବ ବୋଲି ଡିଆଇଜି କନୱର ବିଶାଲ୍ ସିଂ ସୂଚନା ଦେଇଛନ୍ତି।
ସହର ରେ ଉତ୍ତେଜନାକୁ ଦେଖି ୧୧ ପ୍ଲାଟୁନ ପୁଲିସ ମୃତୟନ ହୋଇଥିବା ପୁଲିସ କହିଛି I ରାୟଗଡ଼ାରେ ଅପରାଧ ନିୟନ୍ତ୍ରଣ ପାଇଁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଆଣ୍ଟି-କ୍ରାଇମ ଡ୍ରାଇଭ୍ ବା ଅପରାଧ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି। ବିଶେଷ କରି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ କଡ଼ା ନଜର ରଖାଯିବ। ସଂଗଠିତ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର କଠୋର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଶେଷରେ ଆଇଜିପି ଜନସାଧାରଣଙ୍କୁ ପୋଲିସ ସହ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଅପରାଧୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଜନସାଧାରଣଙ୍କ ସହାୟତା ଏକାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




