ଦେଶ ବିଦେଶ
RB Choudary: ଦୁର୍ଘଟଣାରେ ତାମିଲ ସିନେମା ପ୍ରଯୋଜକ ଆର୍ବି ଚୌଧରୀଙ୍କ ପରଲୋକ

ନୂଆଦିଲ୍ଲୀ: ଉଦୟପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବରିଷ୍ଠ ତାମିଲ ପ୍ରଯୋଜକ ଆର୍ବି ଚୌଧରୀଙ୍କ ପରଲୋକ ଘଟିଛି। ଆଜି ଅପରାହ୍ଣ ୩ଟାରେ ଏହା ଘଟିଥିବାବେଳେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜଣାପଡ଼ିନାହିଁ। ସୁପର ଗୁଡ୍ ଫିଲ୍ମ୍ସ ବ୍ୟାନର ପ୍ରତିଷ୍ଠା କରିଥିବା ଏହି ପ୍ରଯୋଜକ ୧୯୮୮ରୁ ତାମିଲ ସିନେମାରେ ଜଣେ ପ୍ରମୁଖ ନାମ। ତାଙ୍କ ମରଶରୀର ଆସନ୍ତାକାଲି ଚେନ୍ନାଇ ଅଣାଯାଇ ଅନ୍ତିମ ସଂସ୍କାର କରାଯିବ।




