ଦେଶ ବିଦେଶ

Reptile Smuggling: ଜ୍ୟାକେଟ୍ ଭିତରେ ୧୧୬ ଜୀବନ୍ତ ଝିଟିପିଟି; ରୁଷ୍ ସୀମାରେ ମହିଳା ଅଟକ

ନୂଆଦିଲ୍ଲୀ, ୩୧/୦୮: ଜ୍ୟାକେଟ୍ ଭିତରେ ଛୋଟ ଛୋଟ କପଡ଼ା ବ୍ୟାଗ୍‌ରେ ଲୁଚାଇ ୧୧୬ଟି ଜୀବନ୍ତ ଝିଟିପିଟି ଚାଲାଣ କରୁଥିବା ଜଣେ ମହିଳା ରୁଷ୍ ସୀମାରେ ଧରାପଡ଼ିଛନ୍ତି। ଏହି ଝିଟିପିଟିଗୁଡ଼ିକୁ କିଛି ଅର୍ଥ ବିନିମୟରେ ଜର୍ମାନୀ ନେଇଯିବାକୁ ସେ ଉଦ୍ୟମ କରୁଥିଲେ ବୋଲି କଷ୍ଟମ ଅଧିକାରୀମାନେ କହିଛନ୍ତି।

ଅଗଷ୍ଟ ୨୫ ତାରିଖରେ ମହିଳା ଜଣକ ବସ୍ ଯୋଗେ ରୁଷ୍-ପୋଲାଣ୍ଡ ସୀମା ଅତିକ୍ରମ କରୁଥିଲେ। ନିୟମିତ ଯାଞ୍ଚ ପାଇଁ ମାମୋନୋଭୋ-୨ ଚେକ୍‌ପଏଣ୍ଟରେ ବସ୍‌କୁ ଅଟକାଇ କଷ୍ଟମ ଅଧିକାରୀମାନେ ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରିଥିଲେ। ଏହି ସମୟରେ ମହିଳାଙ୍କ ଜ୍ୟାକେଟ୍ ଭିତରୁ ଅନେକ ଛୋଟ କପଡ଼ା ବ୍ୟାଗ୍ ମିଳିଥିଲା। ଅଧିକାରୀମାନେ ବ୍ୟାଗ୍‌ଗୁଡ଼ିକ ଯାଞ୍ଚ କରିବା ପରେ ସେଥିରେ ଜୀବନ୍ତ ଝିଟିପିଟି ଥିବା ଜଣାପଡ଼ିଥିଲା। ପ୍ରତ୍ୟେକ ବ୍ୟାଗ୍‌ରେ ୩ରୁ ୫ଟି ଲେଖାଏଁ ଝିଟିପିଟି ରଖାଯାଇଥିଲା। ଉଦ୍ଧାର ହୋଇଥିବା ଝିଟିପିଟିଗୁଡ଼ିକର ଲମ୍ବ ପ୍ରାୟ ୧୦ରୁ ୧୫ ସେଣ୍ଟିମିଟର ଥିଲା।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button