ଦେଶ ବିଦେଶ

rice exports: ଚାଉଳ ରପ୍ତାନିରେ ଲାଗିବ କଟକଣା

ସ୍ଥାନୀୟ ବଜାରରେ ଚାଉଳ ମହଙ୍ଗା ହୋଇଥିବାରୁ କେନ୍ଦ୍ର ସରକାର ଅଣ ବାସମତୀ ଚାଉଳ ରପ୍ତାନି ଉପରେ ୩୦% ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି। ରପ୍ତାନିକୁ ନିରୁତ୍ସାହିତ କରି ଦେଶ ଭିତରେ ଚାଉଳ ଉପଲବ୍ଧତା ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ନୂଆଦିଲ୍ଲୀ: ସ୍ଥାନୀୟ ବଜାରରେ ଚାଉଳ ମହଙ୍ଗାହୋଇଥିବାରୁ କେନ୍ଦ୍ର ସରକାର ଅଣ ବାସମତୀ ଚାଉଳ ରପ୍ତାନି ଉପରେ ୩୦% ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି। ରପ୍ତାନିକୁ ନିରୁତ୍ସାହିତ କରି ଦେଶ ଭିତରେ ଚାଉଳ ଉପଲବ୍ଧତା ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଲ୍‌ନିନୋ ପ୍ରଭାବରେ ଫସଲ ଉତ୍ପାଦନ କମିବା ଆକଳନ କରାଯାଇଥିବାରୁ ଚାଉଳ ଦର ବଢ଼ିଚାଲିଛି। ତାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ରପ୍ତାନି ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇବାକୁ ସରକାର ଚାହୁଛନ୍ତି। ତେବେ ଏହି କଟକଣା ଅସ୍ଥାୟୀ ଭାବେ ଲାଗୁ ହେବ।୨୦୨୩ ଅଗଷ୍ଟରେ ଚାଉଳ ରପ୍ତାନି ଉପରେ କଟକଣା ଲଗାଯିବା ସହ ସର୍ବନିମ୍ନ ରପ୍ତାନି ଦର ଧାର୍ଯ୍ୟ କରାଯାଇଥିଲା। ସେହି କଟକଣା ୧୪ ମାସ ପର୍ଯ୍ୟନ୍ତ ରହିବା ପରେ କୋହଳ ହୋଇଥିଲା। ଗତ ନଭେମ୍ବରରେ ରପ୍ତାନି କଟକଣା ଲଗାଇବା ସଂକ୍ରାନ୍ତ ଏକ ପ୍ରସ୍ତାବ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀରେ ଉପସ୍ଥାପନ କରାଯାଇଥିଲା। ଭାରତୀୟ ଚାଉଳ ଦର ଟନ୍‌ ପିଛା ୩୮୪/୩୮୯ ଡଲାର ରଖିବା ରପ୍ତାନି ଦିଆଯାଇଥିଲା ଯାହା ପାକିସ୍ତାନର ୪୧୫ ଡଲାର, ଥାଇଲ୍ୟାଣ୍ଡର ୪୯୫ ଡଲାର ଓ ଭିଏତନାମର ୪୮୦ ଡଲାରଠାରୁ କମ୍‌ ଥିଲା।

ଭାରତରୁ ସର୍ବାଧିକ ରପ୍ତାନି ହେଉଥିବା କୃଷିଜାତ ସାମଗ୍ରୀ ହେଉଛି ଚାଉଳ। ମଧ୍ୟପ୍ରାଚ୍ୟରେ ସଙ୍କଟ ଓ ଏଲ୍‌ନିନୋ ପ୍ରଭାବରେ ଫସଲ ଉତ୍ପାଦନ କମ୍‌ ହେବା ଆଶଙ୍କା ସତ୍ତ୍ବେ ଚଳିତ ବର୍ଷ ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ଭାରତରୁ ଚାଉଳ ରପ୍ତାନି ୪.୬% ବୃଦ୍ଧି ପାଇ ୬୮୧ କୋଟି ଡଲାର ହୋଇଥିଲା। କେବଳ ଅକ୍ଟୋବର ମାସରେ ୧୦୨ କୋଟି ଡଲାରର ଚାଉଳ ରପ୍ତାନି ହୋଇଥିଲା ଯାହା ପୂର୍ବବର୍ଷର ଅକ୍ଟୋବର ତୁଳନାରେ ୧୮% ଅଧିକ ଥିଲା। ଏ ପ୍ରସଙ୍ଗରେ ସର୍ବଭାରତୀୟ ଚାଉଳ ରପ୍ତାନିକାରୀ ସଂଘର ଉପସଭାପତି ରଣଜିତ ସିଂହ ଜୋସନ କହିଛନ୍ତି, ଅଣ ବାସମତି ଚାଉଳ ରପ୍ତାନି ଉପରେ କୌଣସି କଟକଣା ଲଗାଇବା ପୂର୍ବରୁ ମଞ୍ଜୁର ହୋଇସାରିଥିବା ବରାଦଗୁଡ଼ିକୁ ବିଚାରକୁ ନେବାର ଆବଶ୍ୟକତା ରହିଛି।

୩୦% ଶୁଳ୍କ ଲାଗିପାରେ

ଉପଭୋକ୍ତା ବ୍ୟାପାର ବିଭାଗ ଅନୁସାରେ, ଭାରତରେ ଚାଉଳର କେଜି ପିଛା ହାରାହାରି ଦର ୪୮ ଟଙ୍କା ୧୦ ପଇସା ରହିଛି ଯାହା ପୂର୍ବବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ। ଏହାର ଖୁଚୁରା ଦର ନିୟନ୍ତ୍ରଣ କରିବା ଲାଗି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ମଲ୍‌, ପ୍ରକ୍ରିୟାକରଣ କମ୍ପାନି ଓ ମିଲ୍‌ମାନଙ୍କୁ ଷ୍ଟକ୍‌ ଘୋଷଣା କରିବାକୁ କୁହାଯାଇଥିଲା। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କମ୍‌ ଜମିରେ ଧାନ ଚାଷ ହୋଇଛି। ବିଶେଷ କରି କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଧାନ ଚାଷ ଜମି ହ୍ରାସ ପାଇଛି। ସେଥିପାଇଁ ନିର୍ଦ୍ଦିଷ୍ଟ କିଛି ଧାନ ଅମଳ କମିଥିବାରୁ ସେଥିରୁ ବାହାରୁ ଥିବା ଚାଉଳର ଅଭାବ ଦେଖାଦେଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button