ରାଜ୍ୟ

Road: କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେଉନି: ବଢ଼ୁଛି ଲୋକଙ୍କ ଅସନ୍ତୋଷ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିବାବେଳେ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିବାବେଳେ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବାବେଳେ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଉତ୍କଳ ବି(୧), ଉତ୍କଳ ବି(୨), ଉତ୍କଳ ସି, ଉତ୍କଳ ଡି, ଉତ୍କଳ ଇ’ ଖଣିରୁ ଅଢ଼େଇ ବର୍ଷ ହେଲା କୋଇଲା ପରିବହନ ହେଉଛି।

ଏଥିରେ ରାଇଝରଣରୁ ନାଲ୍‌କୋ ପର୍ଯ୍ୟନ୍ତ ଦୈନିକ ୬୦୦ ଟ୍ରକ୍‌ ଚଳାଚଳ କରୁଛି। ସେହିପରି ଛେଣ୍ଡିପଦାରୁ ଗତ ୩ ମାସ ହେଲା ନୟନି ଖଣିରୁ ସିଙ୍ଗରେନି କମ୍ପାନି ପକ୍ଷରୁ କୋଇଲା ପରିବହନ ହେଉଛି। ଏଠାରୁ ବିଭିନ୍ନ ସ୍ଥାନକୁ ଦୈନିକ ୩୦୦ ଟ୍ରକ୍‌ ଚଳାଚଳ କରୁଛି। ଆସନ୍ତା ଦୁର୍ଗାପୂଜା ପରେ ନୟନି ଖଣିରୁ ୫୦୦ ଟ୍ରକ୍‌ ଚଳାଚଳ କରିବ। ଆଗାମୀ ଦିନରେ ଜିଏମ୍‌ଡିସି, ଏନ୍‌ଏଲ୍‌ସି, ରୁଙ୍ଗଟା, ବେଦାନ୍ତ ଖଣିରୁ କୋଇଲା ପରିବହନ ଯୋଜନା ରହିଛି। ପ୍ରତିବର୍ଷ କୋଇଲା ପରିବହନ ପରିମାଣ ବୃଦ୍ଧି ପାଇବ। ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଏହି ରାସ୍ତାରେ ଚଳାଚଳ କରିବ। ଗତ ୫ ବର୍ଷ ପୂର୍ବରୁ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା, କଭର କନ୍‌ଭୟର୍‌ ବେଲ୍ଟରେ କୋଇଲା ପରିବହନ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏହା ଶୀତଳଭଣ୍ଡାରରେ ରହିଯାଇଛି।

ଛେଣ୍ଡିପଦା ବ୍ଲକ୍‌ରେ କୋଇଲା ପରିବହନରେ ଏବେ ୩୦୦ ଟ୍ରକ୍‌ ନିୟୋଜିତ ହୋଇଛି। ୬୩ ନଂ ରାଜ୍ୟ ରାଜପଥରେ ଛେଣ୍ଡିପଦାରୁ ଅନୁଗୋଳ ଦେଇ ରାତି ୧୨ଟାରୁ ଭୋର୍‌ ୫ଟା ମଧ୍ୟରେ କୋଇଲା ଟ୍ରକ୍‌ ଚଳାଚଳ କରୁଛି। ବିଭିନ୍ନ ସ୍ଥାନରୁ କୋଇଲା ଖାଲି କରିବା ପରେ ଟ୍ରକ୍‌ ପୁଣି କୋଶଳା ଓ ଜରପଡ଼ା-ଛେଣ୍ଡିପଦା ରାସ୍ତାରେ ରାତି ୧୦ଟାରୁ ଭୋର୍‌ ୫ଟା ମଧ୍ୟରେ ଫେରୁଛି। ପରିବହନ ପାଇଁ ସ୍ୱଳ୍ପ ସମୟ ମଧ୍ୟରେ କୋଇଲା ବୋଝେଇ ଟ୍ରକ୍‌ କୋଶଳା ଓ ଜରାସିଂହା-କୁମଣ୍ଡ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ଟ୍ରକ୍‌ ଚାଳକ ଓ ମାଲିକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ଆଶଙ୍କା ରହୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button