ମହାନଗର

Rourkela Circuit House: ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦିବାକୁ ଉଦ୍ୟମ

ସର୍କିଟ ହାଉସ୍‌ରୁ ବନ୍ଧୁକ, ଜୀବନ୍ତ ଗୁଳି ସହ ଅପରାଧୀ ଧରାପଡ଼ିବା ଘଟଣା ରାଜ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ କୁଆଯାଉଥିବା ପ୍ରକାଶ ପାଶ୍ବାନଙ୍କୁ ଧରି ଜେରା କରିବାକୁ ପୁଲିସ ଯାଞ୍ଚ ପ୍ରକ୍ରିୟାକୁ...

ରାଉରକେଲା (ଦେବବ୍ରତ ଗଡ଼ତିଆ): ସର୍କିଟ ହାଉସ୍‌ରୁ ବନ୍ଧୁକ, ଜୀବନ୍ତ ଗୁଳି ସହ ଅପରାଧୀ ଧରାପଡ଼ିବା ଘଟଣା ରାଜ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ କୁଆଯାଉଥିବା ପ୍ରକାଶ ପାଶ୍ବାନଙ୍କୁ ଧରି ଜେରା କରିବାକୁ ପୁଲିସ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଇତିମଧ୍ୟରେ ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ଅପରାଧୀଙ୍କୁ ରୁମ୍‌ ଯୋଗାଇଥିବା ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ମଧ୍ୟ ପୁଲିସ ପୁଲିସ ପଚରାୁଚରା କରିସାରିଲାଣି। ତେବେ ସମଗ୍ର ମାମଲାରୁ ଦାୟିତ୍ୱରୁ ଖସିଯିବାକୁ ଅଧିକାରୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ସର୍କିଟ ହାଉସ୍‌ର ମୁଖ୍ୟ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କନିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ବଳି ପକାଇବାକୁ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ନିୟମ ଓ ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍‌ଓପି) କୁ ଜଳାଞ୍ଜଳି ଦେଇ ଅପରାଧୀମାନେ କିଭଳି ୨୩ ଦିନ ଧରି ଭିଆଇପି ରୁମ୍‌ରେ ରହିଲେ, ତା’ର କୈଫିୟତ ଦେବା ବଦଳରେ ବରିଷ୍ଠ ଅଧିକାରୀଜଣକ ସମସ୍ତ ଦାୟିତ୍ୱ କନିଷ୍ଠ କର୍ମଚାରୀଙ୍କ ମୁଣ୍ଡରେ ଲଦି ଦେବାକୁ କସରତ କରୁଛନ୍ତି।

ପୁଲିସ ତଦନ୍ତ ବେଳେ ଉପଜିଲ୍ଲାପାଳ ଶ୍ରୀ ପାଶ୍ବାନଙ୍କ ନାଁରେ ତିନି ଦିନ, ଜୁଲାଇ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରୁମ୍‌ ବୁକ୍‌ କରିଥିବା କହିଥିଲେ। ତାଙ୍କୁ କେବଳ ଗୋଟିଏ ରୁମ୍‌ ଆବଣ୍ଟିତ ହୋଇଥିବାବେଳେ ଅପରାଧୀମାନେ ୨ଟି ରୁମ୍‌ରେ ରହୁଥିଲେ କେମିତି? ତିନି ଦିନର ଅବଧି ଶେଷ ହେବା ସତ୍ତ୍ବେ ଅପରାଧୀମାନେ କେମିତି ଅଧିକ ୨୦ ଦିନ ରହିଲେ? ରୁମ୍‌ ବୁକିଂ ବେଳେ ଅତିଥିଙ୍କ ସବି‌ଶେଷ ତଥ୍ୟ ତଥା ଅନ୍ୟାନ୍ୟ ପରିଚାଳନା ପ୍ରୋଟୋକଲ ସମ୍ପର୍କରେ ସାପ୍ତାହିକ ବିବରଣୀ କିମ୍ବା ଅଡିଟ୍ କରାଗଲାନି କାହିଁକି? ଏସବୁ ପ୍ରଶ୍ନର କିନ୍ତୁ ଉପଜିଲ୍ଲାପାଳ ଉତ୍ତର ଦେଉନାହାନ୍ତି। ଉପଜିଲ୍ଲାପାଳ କୁଆଡ଼େ ତଦନ୍ତ ବେଳେ ଆସିଷ୍ଟାଣ୍ଟ୍‌ କଲେକ୍ଟର (ନିଜାରତ ଅଧିକାରୀ), ଷ୍ଟେନୋଗ୍ରାଫର ଓ ସର୍କିଟ ହାଉସ ପରିଚାଳନା ପାଇଁ ନିୟୋଜିତ ଘରୋଇ ସଂସ୍ଥା ରୁମ୍‌ ଆବଣ୍ଟନ ପାଇଁ ନିଜ ନିଜ ମଧ୍ୟରେ ସମନ୍ୱୟ ସ୍ଥାପନ କରୁଥିବା ନେଇ ତଦନ୍ତକାରୀ ଦଳକୁ ସୂଚନା ଦେଇଥିଲେ। ଏଣୁ ଏହି କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଉପଜିଲ୍ଲାପାଳ ପ୍ରୟାସ କରିଦେଇଥିବା କୁହାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button