RSS: ଆର୍ଏସ୍ଏସ୍ ଶୋଭାଯାତ୍ରା ନେଇ ତାମିଲନାଡୁ ପୁଲିସକୁ ଭର୍ତ୍ସନା କଲେ ହାଇକୋର୍ଟ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ‘ଆର୍ଏସ୍ଏସ୍’ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଚେନ୍ନାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ‘ଆର୍ଏସ୍ଏସ୍’ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆତଙ୍କବାଦ ପ୍ରଭାବିତ ଜମ୍ମୁ-କାଶ୍ମୀର ଭଳି ସ୍ଥାନରେ ଆର୍ଏସ୍ଏସ୍କୁ ଶୋଭାଯାତ୍ରା ପାଇଁ ଅନୁମତି ମିଳୁଥିବା ବେଳେ ତାମିଲନାଡୁରେ କାହିଁକି ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ବିଚାରପତି ଜଷ୍ଟିସ ଭି ଲକ୍ଷ୍ମୀନାରାୟଣନ୍ ମୌଖିକ ଭାବେ କହିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସମସ୍ତ ପ୍ରକାର ଶୋଭାଯାତ୍ରା ବିରୋଧରେ ରହିଛନ୍ତି।
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ରାବିଡ଼ କାଜାଗାମ୍ ହେଉ କିମ୍ବା ଆର୍ଏସ୍ଏସ୍, ସରକାର ସମସ୍ତଙ୍କୁ ଅନୁମତି ମନା କରି ସେମାନଙ୍କୁ କୋର୍ଟକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ଏବଂ ଅନାବଶ୍ୟକ ମାମଲା ବଢ଼ାଉଛନ୍ତି। ରାଜ୍ୟ ସରକାର ନିଜର ନାଗରିକମାନଙ୍କୁ ଶତ୍ରୁ ଭାବେ ଦେଖୁଛନ୍ତି ଏବଂ ପ୍ରତିବାଦ ପାଇଁ ଅନୁମତି ଦେଉନାହାନ୍ତି। ଯେଉଁ ସରକାର ଶାସନକୁ ଆସିଲେ ମଧ୍ୟ ଆର୍ଏସ୍ଏସ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଉ ନାହିଁ ବୋଲି ବିଚାରପତି କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଏସ୍ଏସ୍ ସଦସ୍ୟ ଭିଜି ଜଗଦୀଶନଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




