ଦେଶ ବିଦେଶ
Owaisi: ବିହାର ଏସ୍ଆଇଆର୍ ରାୟ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଅୱେସି
ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ବିହାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ବିହାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିସନଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ବୈଧତାକୁ କୋର୍ଟ କାଏମ ରଖିଥିଲେ। ଅୱେସି ମୂଳ ମାମଲାରେ ପକ୍ଷଭୁକ୍ତ ନଥିଲେ ମଧ୍ୟ ଜଣେ ଭୋଟର, ଜନପ୍ରତିନିଧି ଏବଂ ଦଳର ମୁଖ୍ୟ ଭାବେ ଏହି ପୁନର୍ବିଚାର ଆବେଦନ ଦାୟର କରିଛନ୍ତି।
ପୂର୍ବରୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ବିହାର ଏସ୍ଆଇଆର୍ ମାମଲାରେ ରାୟ ଦେଇ କହିଥିଲେ ଯେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି ସଂଶୋଧନ ପ୍ରକ୍ରିୟା ସାମ୍ବିଧାନିକ ଆବଶ୍ୟକତାକୁ ଆଗକୁ ବଢ଼ାଉଛି। ତେବେ ନିକଟରେ ଏସ୍ଆଇଆର୍କୁ ନେଇ ବିବାଦ ବଢ଼ିବା ପରେ ଅୱେସି ଏହି ଆବେଦନ କରିଛନ୍ତି।
ସୌଜନ୍ୟ ସମ୍ବାଦ




