Sabyasachi and Archita: ସବ୍ୟାର୍ଚ୍ଚିତା ଦେଲେ ଖୁସି ଖବର: ଜାଣନ୍ତୁ କେଉଁ ଅଭିନେତ୍ରୀ ଦେଲେ ଶୁଭକାମନା?

ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି | ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି | ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ କହିଛନ୍ତି |

ଭୁବନେଶ୍ୱର: ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି | ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି | ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ କହିଛନ୍ତି | ଆଉ ଏହାପରେ ଛୁଟିଛି ଶୁଭେଚ୍ଛାର ସୁଅ | ବିଶେଷ କରି ଓଲିଉଡ଼ ସହ ସବ୍ୟସାଚୀଙ୍କ ସହ ପୂର୍ବରୁ ଭିନ୍ନ ଭିନ୍ନ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀମାନେ ମଧ୍ୟ ଶୁଭକାମନା ଜଣାଇଛନ୍ତି | ସବ୍ୟାର୍ଚ୍ଚିତାଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ମେଘା, ଜୀନା ପ୍ରମୁଖ ଶୁଭକାମନା ଜଣାଇଛନ୍ତି |

ସୋସିଆଲ ମିଡିଆରେ କଣ ଲେଖିଥିଲେ ସବ୍ୟସାଚୀ?
ନିଜ ଇନ୍ସଟାଗ୍ରାମରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ ଯେ ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ୱପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଏକାନ୍ତ କାମ୍ୟ |

କେବେ ବାହାଘର ହୋଇଥିଲା? 
ଉଲ୍ଲେଖ ଥାଉ କି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର ୨୦୨୧ ମାର୍ଚ୍ଚ ମାସରେ ରାଜସ୍ଥାନର ଏକ ବିଳାସମୟ ରିସୋର୍ଟରେ ହୋଇଥିଲା | ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା।

କିଏ କେବେ ଆରମ୍ଭ କରିଥିଲେ କ୍ୟାରିୟର?
ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ । ଅବଶ୍ୟ ଏହା ପୂର୍ବରୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମ ମାଧ୍ୟମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମା ମାଧ୍ୟମରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର।

ସୌଜନ୍ୟ ସମ୍ବାଦ

Exit mobile version