ରାଜ୍ୟ

Sambad-Ama Odisha: ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା: ରାଜ୍ୟସ୍ତରୀୟ ବିଜେତାଙ୍କ ନାମ ଘୋଷଣା

‘ସମ୍ବାଦ’ର ସ୍ବନକ୍ଷତ୍ର ଉପଲକ୍ଷେ ସେପ୍ଟେମ୍ବର ୬ରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି।

ଭୁ‌ବନେଶ୍ୱର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉପଲକ୍ଷେ ସେପ୍ଟେମ୍ବର ୬ରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ଚିତ୍ରାଙ୍କନରେ କୋରାପୁଟ ଜିଲ୍ଲା ମଡର୍ଣ୍ଣ ଇଂରାଜୀ ସ୍କୁଲ ଚତୁର୍ଥ ଶ୍ରେଣୀର ଲେହକ ନାୟକ ପ୍ରଥମ ହୋଇଥିବାବେଳେ ଭୁବନେଶ୍ବର ଝାରପଡ଼ାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଚତୁର୍ଥ ଶ୍ରେଣୀର ସୁନୀତ କୁମାର ବେଉରା ଦ୍ବିତୀୟ ଓ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟ ପଞ୍ଚମ ଶ୍ରେଣୀର ଛାତ୍ରୀ ଜୟସ୍ମିତା ପାରମାଣିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତ।

ହସ୍ତାକ୍ଷରରେ ମାଲକାନଗିରି ଜିଲ୍ଲା ବାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ରାଜେଶ ପାଙ୍ଗି ପ୍ରଥମ, ରାୟଗଡ଼ା ଜିଲ୍ଲା ଗୁଣୁପୁରର ଗାନ୍ଧୀ ପବ୍ଲିକ ସ୍କୁଲ ଅଷ୍ଟମ ଶ୍ରେଣୀର ନିପ୍ରାଂଶୁ ପଟ୍ଟନାୟକ ଦ୍ବିତୀୟ ଓ ବାଲେଶ୍ବର ଜିଲ୍ଲା ବାଲି‌ଆପାଳ ସରସ୍ବତୀ ଶିଶୁ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଈପ୍‌ସିତା ଭୂୟାଁ ତୃତୀୟ ହୋଇଛନ୍ତି। ସେହିପରି ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ବାଲେଶ୍ବର ସିମୁଳିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ସାଧନା ପାଣିଗ୍ରାହୀ ପ୍ରଥମ, ସୁବର୍ଣ୍ଣପୁର ବିନିକାସ୍ଥିତ ସେବା ଏକାଡେମୀର ଦଶମ ଶ୍ରେଣୀର ଓମ୍‌ପ୍ରକାଶ ଦୋରା ଦ୍ବିତୀୟ ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଅଗପାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧୁସ୍ମିତା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଅକ୍ଟୋବର ୪ରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ନଗଦ ରାଶି ପ୍ରଦାନ କରାଯିବ।

ଚିତ୍ରାଙ୍କନରେ ଲେହକ, ହସ୍ତାକ୍ଷରରେ ରାଜେଶ, ଭାଷାଜ୍ଞାନରେ ସାଧନା ପ୍ରଥମ

ରାଜ୍ୟର ସବୁ କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ଆଜି ପୁଣିଥରେ ମୂଲ୍ୟାୟନ କରିବା ପରେ ରାଜ୍ୟସ୍ତରୀୟ ବିଜେତାଙ୍କ ନାମ ଘୋଷଣା ହୋଇଛି। ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ଲଳିତକଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସମ୍ପାଦକ ରାମହରି ଜେନା, କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟର ଭିଜୁଆଲ୍‌ ଆର୍ଟିଷ୍ଟ ଆଣ୍ଡ ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତିରଞ୍ଜନ ସ୍ବାଇଁ, ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଯୋଗ ଦେଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ବିଚା‌ରକ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟ ହିନ୍ଦୀ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଅଜୟ କୁମାର ପଟ୍ଟନାୟକ, ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ସୋମା ଚାନ୍ଦ ଓ ‘ଆମ ଓଡ଼ିଶା’ର ପୂର୍ବତନ ସମ୍ପାଦକ ସ୍ବରାଜ ମିଶ୍ର ଯୋଗ ଦେଇ ଖାତାଗୁଡ଼ିକର ମୂଲ୍ୟାୟନ କରିଥିଲେ। ‘ଆମ ଓଡ଼ିଶା’ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ରହିବା ସହ ସଫଳ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button