SCB ଅଗ୍ନିକାଣ୍ଡରେ ମୃତ ୧୦ ଜଣଙ୍କ ପରିଚୟ ମିଳିଲା, ସେମାନେ ହେଲେ…

କଟକ ୧୬।୩ : କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜଣଙ୍କ ଜୀବନ । ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଫଳରେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି । ସେମାନଙ୍କର ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ତେବେ ଏହି ଘଟଣାରେ ୧୦ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ, ରମେଶ ପରିଡ଼ା, ଦାଶରୁ ମୁଣ୍ଡାଏମ୍.ଡି ନ୍ୟୁମଗୌରାଙ୍ଗ ବାରିକ, ଏସ୍ କେ ଅବଦୁଲ୍ ସତାର,ରବୀନ୍ଦ୍ର ଦାସ, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଚେରୁ ପରିଡ଼ା ଏବଂ ମେନକା ରାଉତ। ଏଭଳି ସ୍ପର୍ଶକାତର ଘଟଣା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।

SCB Fire Tragedy

ମିଳିଲା ୧୦ ମୃତକଙ୍କ ପରିଚୟ

ରମେଶ ପରିଡ଼ା

ଦାଶରୁ ମୁଣ୍ଡା

ଏମ୍.ଡି ନ୍ୟୁମ

ଗୌରାଙ୍ଗ ବାରିକ

ଏସ୍ କେ ଅବଦୁଲ୍ ସତାର

ରବୀନ୍ଦ୍ର ଦାସ

ମଧୁସୂଦନ ଦଳାଇ

କୃଷ୍ଣଚନ୍ଦ୍ର ବିଶ୍ୱାଳ

ଚେରୁ ପରିଡ଼ା

ମେନକା ରାଉତ

ଉଲ୍ଲେଖଯୋଗ୍ୟ ଯେ,ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଏତେ ବଡ଼ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତାହତଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ମୃତାହତଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ତେବେ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ଦେବାଲାଗି ନିର୍ଦ୍ଦେଶ ଦେବା ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାସହିତ ମୃତକଙ୍କ ପରିବାରକୁ CMRFରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏସ୍‌ସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଜାଣି ମୁଁ ଦୁଃଖିତ । ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅନ୍ୟ ରୋଗୀ ମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ବି ଦେଇଛି । ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୌଜନ୍ୟ Prameya News7

Exit mobile version