ରାଜ୍ୟ
Security Guards: ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ, ସୁରକ୍ଷା କର୍ମୀଙ୍କ ସୁରକ୍ଷା ଦାବୀ

କୋଇଡା: ପରିବାର ଓ ପେଟପାଟଣା ପାଇଁ ଖରା ବର୍ଷା ହଉ ଅବା ପାହାଡ଼ିଆ ଥଣ୍ଡା , କିଛି ବି ଖାତିର ନକରି ଖଣିମାନଙ୍କୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିରେ ମଧ୍ୟ ସାମ୍ନାରେ ଛାତି ଦେଖାଇ ଛିଡ଼ା ହେଲେ। ହେଲେ ଆଜି ନିଜ ସୁରକ୍ଷା ପାଇଁ ଅଲୋଡ଼ା ନିଜେ ସୁରକ୍ଷାକର୍ମୀ । ସୁନ୍ଦରଗଡ଼ ମାଇନ୍ସ ଏଣ୍ଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଆଜି ଓଏମସି ଅଧିନରେ କାର୍ଯ୍ୟରତ ଶହ ଶହ ସୁରକ୍ଷାକର୍ମୀ ଓଏମସି କୋଇଡା କାର୍ଯ୍ୟାଳୟ ସମ୍ମୁଖରେ ପତାକା ବ୍ୟାନର ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।
ଧାରଣା ଜାରି ରହିବ
ବିଭିନ୍ନ ଦାବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗକରିବା ସତ୍ତ୍ଵେ ବର୍ଷ ବର୍ଷ ଧରି କେବଳ ଫାଙ୍କା ପ୍ରତିଶ୍ରୁତି ମିଳୁଥିବାରୁ ଆଜି ସେମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହେଇଛି ଧାରଣା ଜାରି ରହିବ ବୋଲି ସୁନ୍ଦରଗଡ଼ ମାଇନ୍ସ ଏଣ୍ଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




