ଦେଶ ବିଦେଶ
Seikh Hasina: ଶେଖ ହସିନା ପ୍ରସଙ୍ଗରେ ବଢୁଛି ମତଭେଦ: ଅନିଶ୍ଚିତତାରେ ତାରିକ ରହମାନଙ୍କ ଭାରତ ଗସ୍ତ
ହସିନା ବର୍ତ୍ତମାନ ଭାରତରେ ଅଛନ୍ତି। ତାଙ୍କୁ ବାଂଲାଦେଶକୁ ପ୍ରତ୍ୟର୍ପଣ ପାଇଁ ଢାକା ଦାବି କରିଆସୁଛି। ଅଗଷ୍ଟ ୫ରେ ଭାରତରେ ହସିନାଙ୍କ ଏକ ସାମ୍ବାଦିକ ସମ୍ମିଳନୀକୁ ନେଇ ମଧ୍ୟ ବାଂଲାଦେଶ ଆପତ୍ତି ଉଠାଇଥିଲା।

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ବଢ଼ିଛି। ଅଗଷ୍ଟ ତୃତୀୟ ସପ୍ତାହରେ ତାଙ୍କ ନୂଆଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି ଆଗେଇଥିବା ଖବର ଆସିଥିଲା। ଏପରିକି ରାଷ୍ଟ୍ରପତି ଭବନର ଏକ ବିବୃତିରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଅଭ୍ୟାସର ଉଲ୍ଲେଖ ଥିଲା। ପରେ ତାହା ପ୍ରତ୍ୟାହାର କରାଯାଇଥିଲା। ଏବେ ଗସ୍ତ ଝୁଲି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ପରଦା ପଛରେ ଆଲୋଚନା ଜାରି ରହିଛି।
ସୌଜନ୍ୟ ସମ୍ବାଦ




