Shaheen Afridi fined for violating rules: ହୋଟେଲ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଶାହିନ ଆଫ୍ରିଦିଙ୍କ ଉପରେ ଜରିମାନା

ଖେଳାଳି ରହୁଥିବା ହୋଟେଲ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ଉପରେ ୧୦ ଲକ୍ଷ ପାକିସ୍ତାନୀ ଟଙ୍କା ଜରିମାନା ଲଗାଯାଇଛି। ପିଏସଏଲ୍‌ ଫ୍ରାଞ୍ଚାଇଜି ଲାହୋର କଲନ୍ଦର ତରଫରୁ ଏହି ଜରିମାନା ବସାଯାଇଛି।

ଲାହୋରଖେଳାଳି ରହୁଥିବା ହୋଟେଲ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ଉପରେ ୧୦ ଲକ୍ଷ ପାକିସ୍ତାନୀ ଟଙ୍କା ଜରିମାନା ଲଗାଯାଇଛି। ପିଏସଏଲ୍‌ ଫ୍ରାଞ୍ଚାଇଜି ଲାହୋର କଲନ୍ଦର ତରଫରୁ ଏହି ଜରିମାନା ବସାଯାଇଛି। ତେବେ ଆଶ୍ଚର୍ଯ୍ୟଜନକଭାବେ ଏହି ବିବାଦର କେନ୍ଦ୍ରରେ ଥିବା ଜିମ୍ବାଓ୍ବେ ଖେଳାଳି ସିକନ୍ଦର ରାଜାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସୂଚନା ଦେଇଥିଲା ଲାହୋର ପୁଲିସ

ଉଭୟ ଆଫ୍ରିଦି ଓ ରାଜା ଲାହୋରରେ ଖେଳାଳିମାନେ ରହୁଥିବା ଏକ ହୋଟେଲ୍‌କୁ କେତେକ ବାହାର ଲୋକଙ୍କୁ ପ୍ରବେଶ କରାଇବା ପରେ ବିବାଦ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ସୁରକ୍ଷା ଅଧିକାରୀ ଓ ପିସିବି ଏଥିପାଇଁ ଅନୁମତି ଦେଇନଥିଲେ ବି ହୋଟେଲର ଅଷ୍ଠମ ମହଲାରେ ଥିବା ରାଜାଙ୍କ କକ୍ଷକୁ ୪ ଜଣ ଅତିଥିଙ୍କୁ ନିଆଯାଇଥିଲା। ସେମାନେ ରାଜାଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି। ପୁଲିସର ଆପତ୍ତି ସତ୍ତ୍ବେ ଖୋଦ୍‌ ଆଫ୍ରିଦି ସେମାନଙ୍କୁ କକ୍ଷ ନିକଟକୁ ନେଇଯାଇଥିଲେ। ସେମାନେ ପ୍ରାୟ ରାତି ୧.୨୫ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ଏହାପରେ ଲାହୋର ପୁଲିସ ପକ୍ଷରୁ ଏ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ସୂଚୀତ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version