ଦେଶ ବିଦେଶ

Shashi Tharoor: ଏନ୍ଇଇଟି ପେପର ଲିକ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ଶଶି ଥରୁର

ତିରୁବନନ୍ତପୁରମ: କଂଗ୍ରେସ ସାଂସଦ ଶଶି ଥରୁର ୨୦୨୬ ଜାତୀୟ ଯୋଗ୍ୟତା-ସମ-ପ୍ରବେଶ ପରୀକ୍ଷା (ଏନ୍ଇଇଟି) ପେପର ଲିକ୍ ମାମଲାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର କହିଛନ୍ତି, ସେ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣ ଏପରି ଏକ ପ୍ରକ୍ରିୟା ଚଲାଉଛନ୍ତି ଯେଉଁଠାରେ ପରୀକ୍ଷାର ନିରପେକ୍ଷତା ଉପରେ ବିଶ୍ୱାସ କରାଯାଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଏପରି ଘଟଣା ଆଉ କେବେ ଯେପରି ନ ଘଟିବ ତାହା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଶଶି ଥରୁର କହିଛନ୍ତି, ଦୁର୍ଭାଗ୍ୟବଶତଃ ଭାବେ ପରୀକ୍ଷା ପାଇଁ ପରିଶ୍ରମ କରି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ହଠାତ୍ ଜାଣନ୍ତି ଯେ, ପ୍ରଶ୍ନପତ୍ର ଲିକ୍, ଦୁର୍ନୀତି, ବେଇମାନୀ ହୋଇଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା କଳଙ୍କିତ ସେମାନେ ଭାଙ୍ଗି ପଡ଼ିଥାନ୍ତି। କେତେକ ସମୟରେ ପରୀକ୍ଷା ବାତିଲ ହୋଇଯାଏ ଏବଂ ପୁନଃ ଆରମ୍ଭ କରିବାକୁ ପଡ଼ିଥାଏ। ଯେତେବେଳେ ଲୋକମାନେ ଏହା ଦେଖନ୍ତି, ସେମାନେ ଠକାମି ହୋଇଥିବା ଏବଂ ନିରାଶ ଅନୁଭବ କରିଥାନ୍ତି।

ପ୍ରତିଯୋଗିତାମୂଳକ ପରୀକ୍ଷା ନିରପେକ୍ଷ ଭାବରେ ପରିଚାଳିତ ହେଉଛି:ଥରୁର

ଥରୁର କହିଛନ୍ତି, ବିଶ୍ୱରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ନିରପେକ୍ଷ ଭାବରେ ପରିଚାଳିତ ହେଉଛି। ତାହା ଏସ୍‌ଏଟି, କେମ୍ବ୍ରିଜ୍ ପରୀକ୍ଷା, ଆଇଏସ୍‌ସି, କିମ୍ବା ଅନ୍ୟ ଯେକୌଣସି ପରୀକ୍ଷା ହେଉ। କାହିଁକି କେବଳ ଆମର ସରକାରୀ ପରିଚାଳିତ ପରୀକ୍ଷାଗୁଡ଼ିକରେ ଲଗାତାର ଭାବରେ ଜାଲିଆତି ହେଉଛି। କାହିଁକି ସରକାର ଏପରି ସ୍ଥିତିରେ ଅଛନ୍ତି ଯେ ଜାତୀୟ ପରୀକ୍ଷା ଭଳି ଏକ ସରଳ ପ୍ରକ୍ରିୟାର ନିରପେକ୍ଷତା ଏବଂ ସଚ୍ଚୋଟତା ଗ୍ୟାରେଣ୍ଟି ଦେଇପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ମାମଲାରେ ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ। ଏହା ଆଉ କେବେ ଘଟିବା ଉଚିତ୍ ନୁହେଁ। ଏହା ପ୍ରଥମ ଥର ନୁହେଁ, କିନ୍ତୁ ଏହା ଶେଷ ଥର ହେବା ଆବଶ୍ୟକ ବୋଲି ଥରୁର କହିଛନ୍ତି। ଥରୁର କହିଛନ୍ତି, ଏହା ପ୍ରକୃତରେ ସରକାରଙ୍କ ବିଫଳତା, ଏବଂ ସରକାରଙ୍କୁ ଦାୟୀ କରାଯିବା ଉଚିତ୍ । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ନଚେତ୍, ଏହା ଏକ ସମ୍ପୂର୍ଣ୍ଣ ପିଢ଼ି ପ୍ରତି ବିଶ୍ୱାସଘାତକତା ହେବ। ଆମେ କେବଳ ସରକାରଙ୍କୁ ଦୋଷ ଦେଇପାରିବା। ସରକାର, ମନ୍ତ୍ରଣାଳୟ, ଏନ୍‌ଟିଏ, ସମସ୍ତେ ଏହି ପରିସ୍ଥିତି ପାଇଁ ଦାୟୀ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button