ଦେଶ ବିଦେଶ

Shimla Doctor Patient Fight: ଝଗଡ଼ାର ହେଲା ସମାଧାନ, ପରସ୍ପରକୁ କ୍ଷମା ମାଗି କଲେ ଆଲିଙ୍ଗନ

ରୋଗୀଙ୍କୁ ଡାକ୍ତର ମୁଥ ମାରିବା ଘଟଣାରେ ନୂଆ ମୋଡ଼। ନିଲମ୍ବିତ ହେବା ପରେ କ୍ଷମା ମାଗିଲେ ଡାକ୍ତର। ଉଭୟ ଡାକ୍ତର -ରୋଗୀ ପରସ୍ପରକୁ କ୍ଷମା ମାଗିବା ସହ ଆଲିଙ୍ଗନ କରିଥିବା ଜଣାଯାଇଛି।

ଶିମଲା: ରୋଗୀଙ୍କୁ ଡାକ୍ତର ମୁଥ ମାରିବା ଘଟଣାରେ ନୂଆ ମୋଡ଼। ନିଲମ୍ବିତ ହେବା ପରେ କ୍ଷମା ମାଗିଲେ ଡାକ୍ତର। ଉଭୟ ଡାକ୍ତର -ରୋଗୀ ପରସ୍ପରକୁ କ୍ଷମା ମାଗିବା ସହ ଆଲିଙ୍ଗନ କରିଥିବା ଜଣାଯାଇଛି। କିଛି ଦିନ ତଳେ ଜଣେ ଡାକ୍ତର ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅଭିଯୁକ୍ତ ଡାକ୍ତରଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥିଲା। ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ, ତଦନ୍ତ ରିପୋର୍ଟ ଆସିବା ପରେ ସରକାର ଡାକ୍ତର ରାଘବ ନିରୁଲାଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।

ପରସ୍ପରକୁ କ୍ଷମା ମାଗି ସମାଧାନ କଲେ

ସମାଧାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଘବ ନରୁଲା କହିଛନ୍ତି ଯେ, “ସେତେବେଳେ ଯାହା ଘଟିଥିଲା ​​ସେଥିପାଇଁ ଉଭୟ ପକ୍ଷ ଦାୟୀ ଥିଲେ। ଏବେ ଆମେ ଏକ ସମାଧାନରେ ପହଞ୍ଚିଛୁ। ସମସ୍ତ ଅଭିଯୋଗର ସମାଧାନ ହୋଇଛି। ଆମେ ଉଭୟ ପରସ୍ପରକୁ ଆଲିଙ୍ଗନ କରି କ୍ଷମା ମାଗିଛୁ, ଏବଂ ଏବେ ସବୁକିଛି ଠିକ୍ ଅଛି।”

ରୋଗୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ରୋଗୀ ଅର୍ଜୁନ ପୱାର ମଧ୍ୟ ବିବାଦର ସମାଧାନ ହୋଇଥିବା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଡାକ୍ତର ତାଙ୍କ ଭୁଲ ସ୍ୱୀକାର କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି, ଏବଂ ମୁଁ ମାମଲାକୁ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ସେହି ସମୟରେ କ’ଣ ଘଟିଥିଲା ​​ଏବଂ କିପରି ଘଟିଥିଲା ​​ସେ ବିଷୟରେ ମୁଁ କୌଣସି ମତାମତ ଦେବାକୁ ଚାହୁଁନାହିଁ। କ୍ଷମା ପ୍ରାର୍ଥନା ପରେ ସବୁ ବିବାଦ ଶେଷ ହୋଇଛି।”

ଅଣନିଶ୍ବ‌ାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ

ଅଭିଯୋଗ ଅନୁଯାୟୀ, ଶିମଲା ଜିଲ୍ଲାର କୁପଭି ଉପଖଣ୍ଡରେ ଥିବା ଏକ ଗାଁରୁ ରୋଗୀଜଣକ ଆସିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ IGMCରେ ପହଞ୍ଚିଥିଲେ। ହେଲେ ଚିକିତ୍ସା ନକରି ଡାକ୍ତର ତାଙ୍କୁ ଅପାମନିତ କଲା ଭଳି କଥା କହିଥିଲେ। ସମ୍ମାନ ଦେଇ କଥା କୁହନ୍ତୁ ବୋଲି କହିବାରୁ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button