ଜାତୀୟ

Congress new team : କଂଗ୍ରେସର ହେବ ନବକଳେବର, ନେତାଙ୍କ ଇଣ୍ଟର୍ଭ୍ୟୁ ନେଉଛନ୍ତି ଖୋଦ୍ ରାହୁଲ, ଫ୍ରଣ୍ଟଫୁଟ୍‌କୁ ଆସିବେ ଯୁବଶକ୍ତି

ନୂଆଦିଲ୍ଲୀ, ୮/୯ : କଂଗ୍ରେସର ହେବ ନବକଳେବର । ଦଳକୁ ସଙ୍ଗଠିତ କରିବେ ରାହୁଲ ଗାନ୍ଧୀ । ଫ୍ରଣ୍ଟଫୁଟ୍‌ କୁ ଆସିବେ ଯୁବଶକ୍ତି । ଭବିଷ୍ୟତର ଟିମ୍ ଗଠନ ପାଇଁ ଖୋଦ ଇଣ୍ଟର୍ଭ୍ୟୁ ନେଉଛନ୍ତି ରାହୁଲ । ୧୨୦ ଯୁବ ନେତା ସର୍ଟଲିଷ୍ଟ । କଂଗ୍ରେସକୁ ଗାଦିମଡ଼ା ଏବଂ ଡ୍ରାଇଂ ରୁମ୍ ପଲିଟିକ୍ସ କରୁଥିବା ନେତାଙ୍କ କବଳରୁ ମୁକ୍ତ କରିବା ପାଇଁ ରାହୁଲ ଦଳର ନବକଳେବର କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଜୋରଶୋରରେ କାମ ଆରମ୍ଭ କରିଦେଇଛନ୍ତି ।

କଂଗ୍ରେସ ଦଳରରେ ଖୁବଶୀଘ୍ର ୧୨୦ ନୂଆ ରାଷ୍ଟ୍ରୀୟ ସଚିବ ନିଯୁକ୍ତ ହେବେ । ଏଥିପାଇଁ ଖୋଦ୍ ରାହୁଲ ଗାନ୍ଧୀ ସମସ୍ତଙ୍କ ଇଣ୍ଟର୍ଭ୍ୟୁ ନେଉଛନ୍ତି । ଲୋକମାନେ ସେମାନେ କେତେ ଜଡ଼ିତ ଅଛନ୍ତି ସେମାନଙ୍କ ରିପୋର୍ଟ କାର୍ଡ ତଦାରଖ କରୁଛନ୍ତି । ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ କେସି ବେଣୁଗୋପାଳ ମଧ୍ୟ ସାକ୍ଷାତକାର ନେଉଛନ୍ତି । ଭିନ୍ନ ଭିନ୍ନ ରାଜ୍ୟର ବଛା ବଛା ନେତାଙ୍କୁ ଦିଲ୍ଲୀ ଡକାଯାଉଛି । ସୋମବାର ଦିନ କଂଗ୍ରେସ ରାଷ୍ଟ୍ରୀୟ ସଚିବ ପଦ ପାଇଁ ପ୍ରାୟ ୩ ୦ ଜଣ ନେତାଙ୍କ ଇଣ୍ଟର୍ଭ୍ୟୁ ହୋଇଛି । ରାହୁଲଙ୍କ ଦୁଇ ଦିନିଆ ରାୟବରେଲି ଗସ୍ତ ପରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ପୁଣି ଚାଲିବ । ଦଳରେ ନୂଆ ଉର୍ଜା ଭରିବାକୁ ଏବଂ ମଜବୁତ ଲିଡରସିପ୍ ପାଇଁ ଏହି ପ୍ରୟାସ କରାଯାଉଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button