ଭୁବନେଶ୍ବର: ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ପକ୍ଷରୁ ଲୋକ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ରିପୋର୍ଟରେ ବହୁ ଅଭିନବ ପରାମର୍ଶ ପ୍ରଦାନ କରାଯାଇଛି। ବୈଠକରେ ରିପୋର୍ଟର ବିଭିନ୍ନ ସୁପାରିସ ଉପରେ ଆଲୋଚନା ହୋଇଥିଲା। ଗତବର୍ଷ ଅଗଷ୍ଟ ୧୮ରେ ଆୟୋଗ ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ। ନିର୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିଥିବାରୁ ରାଜ୍ୟପାଳ ଡ. କମ୍ଭମପାଟି ଆୟୋଗକୁ ଅଭିନନ୍ଦନ ଜଣାଇଛନ୍ତି।

